ମୁମ୍ବାଇର ହୋଟେଲ୍ ଫର୍ଚ୍ୟୁନରେ ଅଗ୍ନିକାଣ୍ଡ
ମୁମ୍ବାଇ : କରୋନା ମହାସଙ୍କଟ ସମୟରେ ଦେଶର କିଛି ସ୍ଥାନରେ ପ୍ରତ୍ୟେକ ଦିନ ଅଗ୍ନିକାଣ୍ଡର ଘଟଣା ସାମ୍ନାକୁ ଆସୁଛି। ମୁମ୍ବାଇର ମରିନ୍ ଡ୍ରାଇଭ୍ ନିକଟସ୍ଥ ହୋଟେଲ୍ ଫର୍ଚ୍ୟୁନ୍ରେ ନିଆଁ ଲାଗିଥିବାର ସୂଚନା ମିଳିଛି । ବୁଧବାର ବିଳମ୍ବିତ ରାତି ଭୟାବହ ଅଗ୍ନିକାଣ୍ଡ ଘଟଣା ଘଟିଛି । ହୋଟେଲର ଦ୍ବିତୀୟ ମହଲାରେ ନିଆଁ ଲାଗି ଏହା ଚତୁର୍ଥ ମହଲା ପର୍ଯ୍ୟନ୍ତ ବ୍ୟାପିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ହୋଟେଲ୍ରେ ରହୁଥିବା ୨୫ ଜଣ ରେସିଡେଣ୍ଟ ଡାକ୍ତରଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ନିଆଁ ଲାଗିବାର ସୂଚନା ମିଳିବା ପରେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥି ସହିତ ହୋଟେଲରେ ରହୁଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇ ନଥିବା ଜଣାଯାଇଛି।


