ଲୋକପ୍ରିୟ ଲକ୍ଷ୍ମଣ ସାର୍ ଅଫେରା ରାଇଜରେ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ମାରାଣ୍ଡିଙ୍କ (୪୬)ଙ୍କର ଛାଡି ଯନ୍ତ୍ରଣା ଜନିତ ହୃଦଘାତରେ ସୋମବାର ରାତିରେ ଦେହାନ୍ତ ହୋଇଯାଇଛି । ସୂଚନାଯୋଗ୍ୟ ସୋମବାର ଦିନ ଅପରାହ୍ନରେ ଛାତି ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ପରିସ୍ଥିତି ଗୁରୁତର ହେବାରୁ ଭୂବନେଶ୍ଵରକୁ ଏକ ଘରୋଇ ହସ୍ପିଟାଲକୁ ଅଣାଯାଉଥିବା ସମୟରେ ରାସ୍ତାରେ ତାଙ୍କର ଶେଷ ନିଃଶ୍ୱାସ ଚାଲିଯାଇଥିଲା । ଖବର ଶୁଣି ମୟୂରଭଞ୍ଜ ଜିଲ୍ଲାର ଶିକ୍ଷକ ସମାଜ ସ୍ତବ୍ଧ ହୋଇଯାଇଥିଲେ । ମଙ୍ଗଳବାର ଦିନ ତାଙ୍କର ମର ଶରୀରକୁ ତାଙ୍କର ପୂର୍ବ କାର୍ଯ୍ୟସ୍ଥଳ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟକୁ ଅଣା ଯାଇଥିଲା । ସେଠାରେ ବିଦ୍ୟାଳୟର ତାଙ୍କର ସହକର୍ମୀ ଶିକ୍ଷକ/ ଶିକ୍ଷୟତ୍ରୀ ,ଛାତ୍ରମାନେ ଦୁଃଖରେ ହତବାକ ଓ ମ୍ରିୟମାଣ ହେବା ସହ ଶେଷ ଦର୍ଶନ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ପରେ ତାଙ୍କର କାର୍ଯ୍ୟସ୍ଥଳୀ ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଶିକ୍ଷକ /ଶିକ୍ଷୟତ୍ରୀ, ଛାତ୍ର/ଛାତ୍ରଛାତ୍ରୀ ତାଙ୍କର ପ୍ରିୟ ପ୍ରଧାନ ଶିକ୍ଷକଙ୍କୁ ହରାଇ କ୍ରନ୍ଦନ କରି ଏକ ଭାବ ବିହ୍ବଳ ପରିବେଶ କରିଥିଲେ । ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ (ବରିଷ୍ଠ)ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ମହାଳିକ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଲକ୍ଷ୍ମଣ ସାର୍ ଙ୍କ ଅନ୍ତେଷ୍ଟିକ୍ରିୟା ପାଇଁ ବିଭାଗ ତରଫରୁ ଦଶ ହଜାର ଟଙ୍କା ପ୍ରଦାନ କରିଥିଲେ । ଗୋରୁମହିଷାଣୀ ଅଂଚଳରେ କେହି ନିଜକୁ ବିଶ୍ବାସ କରି ପାରି ନ ଥିଲେ ଯେ ତାଙ୍କର ଲକ୍ଷ୍ମଣ ସାର ଏ ଅସମୟରେ ସେମାନଙ୍କୁ ଛାଡି ଏକ ଅଫେରା ରାଇଜକୁ ଚାଲିଯିବେ ! ଲକ୍ଷ୍ମଣ ସାର ଜଣେ ଶିକ୍ଷାବିତ, ଛାତ୍ର ବତ୍ସଳ,ସୁସଂଗଠକ, ପରୋପକାରୀ, ମିଷ୍ଟଭାଷୀ,ମେଳାପି ସମାଜସେବୀ, ନମ୍ର,ଅମାୟିକ,ସରଳ, ଭଦ୍ର,ଏବଂ ସାରସ୍ଵତ ସାଧକ ଥିଲେ । ତାଙ୍କର ଅକାଳ ବିୟୋଗରେ ବାମନଘାଟୀ ଉପଖଣ୍ଡର ଶିକ୍ଷକ,ଅଭିଭାବକ , ସାମାଜିକ ଓ ସାଂସ୍କୃତିକ ସଂଗଠନ ମହଲରେ ଶୋକରେ ଛାୟା ଖେଳି ଯାଇଥିଲା ।ତାଙ୍କର ମର ଶରୀରକୁ ଶେଷ ଦର୍ଶନ ପାଇଁ ବହୁ ଶୁଭେଚ୍ଛୁ, ଶିକ୍ଷକ, ସାରସ୍ବତ ଅନୁଷ୍ଠାନ ସଦସ୍ୟ ପ୍ରମୁଖ ଛୁଟି ଆସିଥିଲେ । ଦର୍ଶନ ସହ ପୁଷ୍ପମାଲ୍ୟ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ସେ ତାଙ୍କର ପତ୍ନୀ ସୁଚିତ୍ରା ଓ ଦୁଇ କନ୍ୟାକୁ ଛାଡି ଅଫେରା ରାଜାକୁ ଫେରି ଯାଇଛନ୍ତି । ତାରିଖ ପୈତୃକ ଗ୍ରାମ ଖଣ୍ଡଦେଉଳିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।


