ମେଡିକାଲ ଆନ୍ଦୋଳନ ନବମ ଦିନରେ: କଥାଦେଇ ଜିଲ୍ଲାପ୍ରଶାସନ ଆସିଲାନି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୁରୁଣା ଡାକ୍ତରଖାନାରେ ପୁନଃ ସ୍ୱାସ୍ଥ୍ୟସେବା ଫେରାଇ ଦେବା ଦାବିରେ କେନ୍ଦ୍ରପଡା ମେଡିକାଲ ବଞ୍ଚାଅ ମିଳିତ କ୍ରିୟାନୁଷ୍ଠାନ କମିଟି ଦ୍ୱାରା ଆହୁତ ମେଡିକାଲ ବଞ୍ଚାଅ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ôଚଛି । ଲଗାତର ଅନୁଷ୍ଠିତ ହେଉଥିବା ଏହି ଗଣ ଧାରଣା ଦିନକୁ ଦିନ ସଂଖ୍ୟାଧିକ ଲୋକ ଓ ବିଭିନ୍ନ ବର୍ଗର ସମର୍ଥନ ମିଳୁଛି । ଚିତ୍ତରଞ୍ଜନ ଭଗତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ଧାରଣା କାର୍ଯ୍ୟକ୍ରମରେ ହଜାରରୁ ଉର୍ଦ୍ଧ ମହିଳା ଓ ପୁôରୁଷ ଉପସ୍ଥିତ ରହି ଆନ୍ଦୋଳନ ପରିଚାଳନା କରିଥିଲେ । ଏହି ଆନ୍ଦୋଳନ ସମୟରେ ପରିସ୍ଥିତିକୁ କଳନା କରି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆନ୍ଦୋଳନ କାରୀମାନଙ୍କୁ ଆଲୋଚନାକୁ ଡାକିଥିଲେ । ସେହି ଭିତ୍ତିରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ କାଉନ୍‌ସିଲର ରଶ୍ମୀତା ସିଂହ, ସେକ ଆସଲମ, ସୟଦ ଅକମଲ ଅଲ୍ଲୀ, ସୈାମେନ୍ଦ୍ର ପୃଷ୍ଟି, ମହମ୍ମଦ ସଲିମ ଖାନ, ସନ୍ଦିପ୍ତ ଦାସ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ । ଜିଲ୍ଲାପାଳ ଦାବି ଗୁଡିକୁ ରାଜ୍ୟ ସରକାରଙ୍କୁ ପଠାଇବା ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ ଓ ଆନ୍ଦୋଳନ ସ୍ଥଳକୁ ଅତିରିକ୍ତ ଜିଲ୍ଲାପାଳ ପହଞ୍ôଚ ଏହିକଥା ଘୋଷଣା କରିବେ ବୋଲି ଜିଲ୍ଲାପାଳ କହିଥିଲେ । କିନ୍ତୁ ଅପରାହ୍ନ ୨ଟା ଅତିକ୍ରମ କରିଥିଲେବି ଜିଲ୍ଲାପ୍ରଶାସନ ପକ୍ଷରୁ କେହି ପ୍ରଶାସନିକ ଅଧିକାରୀ ଆନ୍ଦୋଳନ ସ୍ଥଳକୁ ନଆସିବା କେନ୍ଦ୍ରାପଡା ଜନସାଧାରଣ ଓ ଆନ୍ଦୋଳନ ପ୍ରତି ପ୍ରଶାସନର କି ଦାୟୀତ୍ୱବୋଧ ରହିଛି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ପ୍ରଶାସନ ଓ ରାଜ୍ୟସରକାରଙ୍କ ଏହି ପ୍ରକାର ମାନସିକତା ବିରୋଧରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନି ଦେଇଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇଏମ ଜିଲ୍ଲା ସଂପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସଂପାଦକ ରମଣୀରଞ୍ଜନ ରାଉତରାୟ, ପୂର୍ବତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ହିଫଜୁର ରହେମାନ, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ କୁମାର ଦାସ, ପ୍ରାକ୍ତନ କାଉନସିଲର ପ୍ରଶାନ୍ତ କୁମାର ସିଂ, ଆଡଭୋକେଟ ବଳରାମ ପଣ୍ଡା, ଜିତେନ୍ଦ୍ର ରାଉତ, ବିପିନି ବିହାରି ପରିଡା, ବିନୟ ଦାସ, ସେଖ ହାଫିଜୁଲ୍ଲା, ବଳରାମ ବେହେରା, ଅଭିମନ୍ୟୁ ଗୋଛାୟତ, ଶାରଦା ରାଉତ, ମୁକ୍ତାର ଖାଁ, ରଞ୍ଜନ କୁମାର ମଲ୍ଲିକ, ସନ୍ତୋଷ କୁମାର ବେହେରା, ଅଧ୍ୟାପକ ଅଜୟ ସାମଲ, ହୃଷିକେଶ ମହାପାତ୍ର, ଫାତିମା ବେଗମ, ଅଶ୍ୱିନୀ କୁମାର ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସ୍ୱାସ୍ଥ୍ୟସେବା ନଫେରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ