ମହାପବିତ୍ର ବାରୁଣୀ ମହୋତ୍ସବର ଭୂମି ପୂଜନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ଠାରେ ମା’ ଚଣ୍ଡିଦେବୀ ପୀଠରେ ବାରୁଣୀ ମେଳା ବହୁ ବର୍ଷ ହେବ ହୋଇ ଆସୁଅଛି । ପୂଣ୍ୟତୋୟା ବିରୂପା, ବ୍ରାହ୍ମଣୀ ଓ ଗୁପ୍ତଗଙ୍ଗା କେଲୁଅ ନଦୀର ସଂଗମ ସ୍ଥଳରେ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ବାରୁଣୀ ବୁଡ ପକାଇ ତୀର୍ଥାଧିଶ୍ୱରୀ ମା’ ଚଣ୍ଡିଦେବୀଙ୍କୁ ଦର୍ଶନ ପୂର୍ବକ ଆଶ୍ରିର୍ବାଦ ଲାଭ କରିବା ସହ ପାଞ୍ଚଦିନ ବ୍ୟାପି ବାରୁଣୀ ମେଳାକୁ ଉପଭୋଗ କରିଥାନ୍ତି । ଚଳିତବର୍ଷ ଇନ୍ଦୁପୁର ଚର୍ତୁପାଶ୍ୱର୍ ଗ୍ରାମ ସମୂହର କେତେକ ଉତ୍ସାହୀ ସଂସ୍କୃତି ପ୍ରେମୀ, ବୁଦ୍ଧିଜିବୀ ଓ ଯୁବକମାନଙ୍କ ଉଦ୍ୟମରେ କଳା, ସଂସ୍କୃତି ଓ ସାହିତ୍ୟକୁ ଉଦ୍ଯିବିତ କରାଇବାର ପ୍ରୟାସ ନେଇ ବାରୁଣୀ ମେଳାକୁ ମହୋତ୍ସବରେ ରୂପାନ୍ତରିତ କରିବାକୁ ଦୃଢ ନିଷ୍ପତ୍ତି ନିଆଯାଇଛି । ମହୋତ୍ସବର ଭୂମି ପୂଜନ ଉତ୍ସବ ବିରୂପା ନଦୀ ପଠାରେ ସମ୍ପନ୍ନ ହୋଇଯାଇଛି । ଆୟୋଜକମାନେ ସର୍ବପ୍ରଥମେ ମା’ ଚଣ୍ଡିଦେବୀଙ୍କୁ ଦିବ୍ୟ ପୂଜାର୍ଚ୍ଚନା କରି ସାରିବା ପରେ ମନ୍ଦିର ପାର୍ଶ୍ୱସ୍ଥ ନଦୀ ପଠାରେ ଭୂମିପୂଜା କରିଥିଲେ । ସେଠାରେ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯିବା ସହ ମେଳାର କଳେବର ବୃଦ୍ଧି କରିବା ପାଇଁ ନଦୀ ପଠାକୁ ସମତୁଲ କରିବା ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଦୈନିକ ବାରୁଣୀ ମହୋତ୍ସବର ପ୍ରତ୍ୟେକ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ, ସଂସ୍କୃତି, କଳା, ନୃତ୍ୟ ଓ ସମ୍ବର୍ଦ୍ଧନା ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି । ଆଜିର ଏହି ଭୂମି ପୂଜନ ଉତ୍ସବରେ ଇନ୍ଦୁପୁର ସରପଞ୍ଚ ପ୍ରଦୀପ୍ତରଞ୍ଜନ ସୂତାର ଅଧ୍ୟକ୍ଷତା କରିଥିବା ବେଳେ ଧୂମାତ ସରପଞ୍ଚଙ୍କ ପ୍ରତିନିଧି ଡମ୍ବରୁଧର ସେଠୀ, ମହୋତ୍ସବ କମିଟି ସମ୍ପାଦକ ଦୁଷ୍ମ୍ମନ୍ତ ମଲିକ, ସଂଯୋଜକ ପ୍ରକାଶ କୁମାର ଜେନା, ଉପଦେଷ୍ଟା ଶିକ୍ଷାବିତ ପ୍ରଣବ କୁମାର ଜେନା, ନୀଳମାଧବ ପତି, ବିଜୟ ଜେନା, ପ୍ରଦିପ ଦାସ, କୋଷାଧ୍ୟକ୍ଷ ମହିମରଞ୍ଜନ ସାହୁଙ୍କ ସମେତ ବିଜୟ ଜେନା, ରାମନାରାୟଣ ସିଂହ, ସୁବ୍ରତ କୁମାର ବୋଷ, ଦେବାଶିଷ ସାମଲ, ରାଜେନ୍ଦ୍ର ସେଠୀ, ନିରାକାର ଦାସ, ମନୋଜ ମହତାବ, ଶ୍ରୀକାନ୍ତ ସେଠୀ, ବରଦାଶଙ୍କର ଜେନା, ଜିତେନ୍ଦ୍ର ବେହେରା ପ୍ରମୁଖ ମହୋତ୍ସବ କମିଟିର ମେଡିଆ ସମ୍ପାଦକଙ୍କ ସହିତ ଗ୍ରାମର ବହୁ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥାଇ ପବିତ୍ର ଭୂମି ପୂଜନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମଦନମୋହନ ମଲିକ, ପ୍ରକାଶ ମଲିକ, ଚକ୍ରଧର ମଲିକ, ବାସୁଦେବ ସାହୁ ଓ କାଳନ୍ଦି ମଲିକ ପ୍ରମୁଖ ସହଯୋଗ କରିଥିଲେ ।


