ମୋବାଇଲ୍‌ ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ

ନୂଆଦିଲ୍ଲୀ: ମୋବାଇଲ୍‌ ଇଣ୍ଟରନେଟ୍ ସ୍ପିଡ୍ କ୍ଷେତ୍ରରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ରହିଛି। ଏହା ପାକିସ୍ତାନ, ନେପାଳ ଓ ଯୁଦ୍ଧ ଦ୍ବାରା ପୀଡ଼ିତ ଦେଶ ଇରାକ ଠାରୁ ମଧ୍ୟ ପଛରେ ରହିଛି। ଓକ୍‌ଲା ତରଫରୁ ଜାରି କରାଯାଇଥିବା ରି‌ପୋର୍ଟ ଅନୁଯାୟୀ, ବିଶ୍ବର ୧୩୮ଟି ଦେଶ ମଧ୍ୟରୁ ଭାରତ ୧୩୧ତମ ସ୍ଥାନରେ ରହିଛି। ଏହି ତାଲିକାରେ ଦକ୍ଷିଣ କୋରିଆ ଶୀର୍ଷ ସ୍ଥାନରେ ରହିଛି। ସେଠାରେ ମୋବାଇଲ୍‌ ଇଣ୍ଟରନେଟ୍ ସ୍ପିଡ୍‌ ୧୨୧ ଏମ୍‌ବିପିଏସ୍‌ ରହିଛି। ଭାରତର ସ୍ପିଡ୍‌ ୧୨.୦୭ ଏମ୍‌ବିପିଏସ୍‌ ରହିଛି। ଏହି ତାଲିକାରେ ପାକିସ୍ତାନ ୧୧୬ମ ସ୍ଥାନରେ ଥିବା ବେଳେ ନେପାଳ ୧୧୭ତମ ସ୍ଥାନରେ ରହିଛି। ଶ୍ରୀଲଙ୍କାର ମୋବାଇଲ୍‌ ଇଣ୍ଟରନେଟ୍ ସ୍ପିଡ୍ ୧୯.୯୫ ଏମ୍‌ବିପିଏସ୍‌ ଭଳି ଉନ୍ନତ ସ୍ତରରେ ରହିଛି। ବ୍ରଡ୍‌ବ୍ୟାଣ୍ଡ୍‌ ସ୍ପିଡ୍‌ରେ ଭାରତ ଉନ୍ନତ ପ୍ରଦର୍ଶନ କରିଛି। ଏହି ତାଲିକାରେ ସିଙ୍ଗାପୁର ପ୍ରଥମ ସ୍ଥାନରେ ଥିବା ବେଳେ ନେପାଳ ଓ ପାକିସ୍ତାନ ଠାରୁ ଭାରତ ଉନ୍ନତ ପ୍ରଦର୍ଶନ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ