ମେ ୧୫ ତାରିଖ ବିଶ୍ୱ ପରିବାର ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲା ଗୟାବନ୍ଧ ଗ୍ରାମର ୧୫୧ ଜଣିଆ ଶ୍ରୀଚନ୍ଦନ ପରିବାରର ସଦସ୍ୟ ସଦସ୍ୟାମାନେ ସୋମବାର ଦିନ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ବାର୍ତ୍ତା ବାଣ୍ଟି ବିଶ୍ୱ ପରିବାର ଦିବସ ପାଳନ କରିଛନ୍ତି । ପରିବାରର ବୟୋଜ୍ୟେଷ୍ଠ ସଦସ୍ୟ ଶ୍ରୀ ରାସବିହାରୀ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପରିବାରର ଅନ୍ୟତମ ସଦସ୍ୟ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ, ଧୂଳେଶ୍ୱର ଶ୍ରୀଚନ୍ଦନ, ରତ୍ନାକର ଶ୍ରୀଚନ୍ଦନ, ରାଜ୍ୟ ପାଇକ ଆଖଡ଼ା ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, ସୀମାଞ୍ଚଳ ଶ୍ରୀଚନ୍ଦନ, ଦୁଃଶାସନ ଶ୍ରୀଚନ୍ଦନ, ପ୍ରସନ୍ନ ଶ୍ରୀଚନ୍ଦନ, ଜୟକୃଷ୍ଣ ଶ୍ରୀଚନ୍ଦନ, ନିରଞ୍ଜନ ଶ୍ରୀଚନ୍ଦନ, ବିପିନ ଶ୍ରୀଚନ୍ଦନ, ଉଗ୍ରେସନ ଶ୍ରୀଚନ୍ଦନ ଓ କୈଳାସ ଶ୍ରୀଚନ୍ଦନ ପ୍ରମୁଖ ପରିଚାଳନା କରିଥିଲେ । ପରିବାରର ସଦସ୍ୟ, ସଦସ୍ୟାମାନେ ହାତରେ ପ୍ଲାକାର୍ଡ଼, ଗଛ ଧରି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷାର ନାରା ଦେଇ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ । ଏହାପରେ ପରିବାରର ସଦସ୍ୟମାନେ ଏକତ୍ର ଭୋଜନ କରିବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିବା ଏବଂ ଏହି ଯୌଥ ପରିବାରକୁ ଅବିଭକ୍ତ ରଖିବାକୁ ସଂକଳ୍ପ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ