ମୋଦି ଙ୍କ ‘ମନ କି ବାତ’

(ଯୁଗାବ୍ଦ ନ୍ୟୁଜ )ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ ରେ ସମଗ୍ର ଦେଶବାସୀ ସମ୍ବୋଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଓ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ମତ ବିନିମୟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ପ୍ରତ୍ୟୋକ ବର୍ଗ ର ଲୋକ ମାନେ ବିଭିନ୍ନ ପୁସ୍ତକ ପଢିବା ଉଚିତ । କିନ୍ତୁ ପୁସ୍ତକ ପଢିବା ପାଇଁ ମୋ ନିକଟ ରେ ସମୟ ର ଅଭାବ ରହିଛି । ନରେନ୍ଦ୍ର ମୋଦି ଆପରେ ଏକ ବୁକ କର୍ଣ୍ଣର ହେବା ଆବଶ୍ୟକ ବୋଲି ଲୋକ ମାନଙ୍କ ଠାରୁ ମତାମତ ଲୋଡିଛନ୍ତି । ଏହା ସହିତ ଜଳ ସଂରକ୍ଷଣ ଉପରେ ସେ କହିଛନ୍ତି ଜଳ ନୀତି କରିବାରେ ମେଘାଳୟ ସମଗ୍ର ଦେଶର ପ୍ରଥମ ରାଜ୍ୟ ହୋଇପାରିଛି । ସମସ୍ତେ ଜଳ ସଂରକ୍ଷଣ କରିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ମୋଦି ମନ କି ବାତ ରେ କ୍ୟାନସର ରୋଗ କୁ ପ୍ରତିହତ କରିଥିବା ଶିଶୁ ଜୀବନ ଯୁଦ୍ଧ ରେ ବିଜୟ ହୋଇଥିବା ସେ କହିଛନ୍ତି । ସେ କହିଥିସେ ଋଷ ର ରାଜଧାନୀ ମସ୍କୋ ରେ ବିଶ୍ୱ ଶିଶୁ ବିଜୟ କ୍ରୀଡା ଆୟୋଜନ ହୋଇଥିଲା ସେଠି ଏଭଳି  ପ୍ରତିଯୋଗୀ ଅଶଂ ଗ୍ରହଣ କରିଥାନ୍ତି ଯେଉଁ ମାନେ କ୍ୟାନସର କୁ ଜିତି ନୂଆ ଜୀବନ ଆରମ୍ଭ କରିଥାନ୍ତି । ବଡ ଗର୍ବ ର କଥା ଭରତ ର ୧୦ ଜଣ ପ୍ରତିଯୋଗୀ ଏହି ଇଭେଣ୍ଟର ରେ ଅଂଶ ଗ୍ରହଣ କରି ମେଡାଲ ହାସଲ କରିଛନ୍ତି । ଏହା ପରେ ସେ ଚନ୍ଦ୍ରାୟନ-୨ କଥା ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଆଗାମୀ ଦିନ ର ଭାରତ ଶକ୍ତିଶାଳୀ ରାଷ୍ଟ୍ର ରେ ପରିଣତ ହେବାକୁ ଯାଉଛି । ଭାରତ ନିଜସ୍ୱ ଜ୍ଞାନ କୈଶଳ ରେ ଚନ୍ଦ୍ରାୟନ-୨ କୁ ପଠାଇ ସାରା ବିଶ୍ୱ ରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛି । ଆନ୍ଧ୍ର ପ୍ରଦେଶ ର ଶ୍ରୀହରି କୋଟା ରୁ ଜୁଲାଇ ୨୨ ତାରିଖରେ ସମୂର୍ଣ୍ଣ ଦେଶ ଗର୍ବ ର ସହିତ ଦେଖିଛି କିଭଳି ଭାବେ ଏହା ପ୍ରକ୍ଷେପଣ କରାଗଲା । ଏହି ସମୟରେ ମୋଦି ସ୍ୱଚ୍ଚତା ବିଷୟରେ କହିଛନ୍ତି କି ୫ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ସ୍ୱଚ୍ଚତା ଏକ ଜନ ଆନ୍ଦୋଳନ ରେ ପହଁଚି ସାରିଛି । ଏହା ସହିତ ପ୍ରଧାନମନ୍ତ୍ରୀ କାଶ୍ମୀରର ବିଭିନ୍ନ ଅଧିକାରୀ ମାନଙ୍କ ସହ ଗାଁ କୁ ଗାଁ ବୁଲି ଖୁସି ପ୍ରକଟ କରିଛନ୍ତି ।କାଶ୍ମୀରର ବିଭିନ୍ନ ଅଧିକାରୀ ମାନଙ୍କ ସହ ଗାଁ କୁ ଗାଁ ବୁଲି ଖୁସି ପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ