ସାଇବର ସୁରକ୍ଷା ଭଙ୍ଗ ଶିଳ୍ପ ସଂସ୍ଥା ମାନଙ୍କର ଅପଯଶ ଓ ଆର୍ଥିକ କ୍ଷତି ପାଇଁ ଦାୟୀ : ହନିୱେଲ ସର୍ଭେ
ସଦ୍ୟ ପ୍ରକାଶିତ ହନିୱେଲ ସର୍ଭେ ଅନୁସାରେ ଶିଳ୍ପ ସଂସ୍ଥା ମାନଙ୍କରେ ସାଇବର ସୁରକ୍ଷା ତୃଟି ଉଭୟ ଖ୍ୟାତି ଓ ଆର୍ôଥକ କ୍ଷତି ପାଇଁ ପ୍ରମୁଖ ଭାବରେ ଦାୟୀ । ଏହି ସର୍ଭେ ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ମାନଙ୍କରେ ସାଇବର ସୁରକ୍ଷା ଜନିତ ବିପଦ ଏବଂ ଏଥିପାଇଁ ପ୍ରସ୍ତୁତ ଓ ଏ କ୍ଷେତ୍ରରେ ଇଣ୍ଡଷ୍ଟ୍ରିଆଲ ଇଂଟରନେଟ ଅଫ ଥିଙ୍ଗସ୍ (ଆଇଆଇଓଟି) ପ୍ରଯୁକ୍ତିର ପ୍ରଚଳନ ଉପରେ କରାଯାଇଥିଲା । ଏହି ରିପୋର୍ଟ ଅନୁସାରେ ସାଇବର ସୁରକ୍ଷା ବିଷୟ ପ୍ରତି ଯଥେଷ୍ଟ ଧ୍ୟାନ ନଦେଇ ଶିଳ୍ପ ସଂସ୍ଥା ମାନେ ଗ୍ରାହକ ତୃପ୍ତି ଓ ନିଜର ଯଶ କ୍ଷେତ୍ରରେ ଅଶେଷ କ୍ଷତି ଘଟାଉଛନ୍ତି । ସର୍ଭେ କରାଯାଇଥିବା କମ୍ପାନୀ ମାନଙ୍କରେ ହାରାହାରି ୨୫ ପ୍ରତିଶତ ବଜେଟ ସାଇବର ସୁରକ୍ଷା ପାଇଁ ନିୟୋଜନ କରାଯାଉଛି । ଏହା ଆସନ୍ତା ୫ ବର୍ଷ ମଧ୍ୟରେ ୩୭ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ହନିୱେଲ ଅଟୋମେସନ ର ପରିଚାଳନା ନିର୍ଦ୍ଦେଶକ ଆଶୀଶ ଗାଏକ୍ୱାଡ କହିଛନ୍ତି “ହନିୱେଲ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁସାରେ ବର୍ତମାନ କମ୍ପାନୀ ମାନେ ସାଇବର ସୁରକ୍ଷା ପ୍ରତି ବିପଦ ଓ ଏହାର ନିରାକରଣ ବିଷୟ ସଚେତନ ଥିଲେ ମଧ୍ୟ ଏହା ବହୁଳ ଭାବରେ ବ୍ୟବହାର କରାଯାଉନାହିଁ ।” ସେ ପୁନଶ୍ଚ କହିଛନ୍ତି “ସାଇବର ସୁରକ୍ଷା ତୃଟି ଜନିତ କ୍ଷତି କେବଳ ଆର୍ଥିକ କ୍ଷତିରେ ମାପି ହେବ ନାହିଁ ।”


