ମୋଦୀ ବିଶ୍ୱର ଏକନମ୍ବର ଲୋକପ୍ରିୟ ରାଜନେତା
ପ୍ରଦୀପ ସେନାପତି
ଜୀବନ ତ ଅନୁଭୂତିର ଏକ ବିଶାଳ ଜଙ୍ଗଲ । ଏହି ଜଙ୍ଗଲରେ ରହିଥାନ୍ତି ଅନେକ ପ୍ରକାରର ଗଛ, ପତ୍ର, ଲତା, ତୃଣ, ଏତଦ୍ବ୍ୟତୀତ ବିଭିନ୍ନ ପ୍ରକାରର ଜୀବଜନ୍ତୁ । ବିଶାଳକାୟ ବରଗଛଟିଏ ହେଲେ ବି ଆବଶ୍ୟକତା ଦୃଷ୍ଟିରୁ ତାହା ଜନତା ଜନାର୍ଦ୍ଦନଙ୍କ ପାଇଁ ଯେତିକି ମୂଲ୍ୟବାନ, ନିହାତି ଅନାମଧେୟ ଦୁବଘାସଟିଏ ମଧ୍ୟ ତା ତୁଳନାରେ କମ୍ ମୂଲ୍ୟବାନ ନୁହେଁ । ପ୍ରଳୟଙ୍କରୀ ମହାବାତ୍ୟାରେ ଉପୁଡ଼ି ଯାଉଛି ବିଶାଳକାୟ ବୃକ୍ଷ; କିନ୍ତୁ ଦୁବଘାସର କି କ୍ଷତି କରିପାରୁଛି ସେ ମହାବାତ୍ୟା? ଅଦମନୀୟ ମହାନ ବ୍ୟକ୍ତିତ୍ୱ ତଥା ଦିବ୍ୟ ଗୁଣଧାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକ୍ଷିପ୍ତ ଜୀବନର ମୋର ସେହି ଲେଖା ଦୁବଘାସ ପରି ନିମିତ ମାତ୍ର ହୋଇପାରେ, ମାତ୍ର ଜନତା ଜନାର୍ଦ୍ଦନଙ୍କର ସେବା କରିବାକୁ ଦୃଢ଼ ସଂକଳ୍ପ, ନିଶ୍ଚିତ ଭାବରେ ଉଦାହରଣୀୟ । ନରେନ୍ଦ୍ର ମୋଦିଙ୍କ ଜୀବନଚର୍ଜ୍ଜା ପାଠକଙ୍କ ଦ୍ୱାରା ନିଶ୍ଚିତ ଭାବରେ ଆଦୃତ ହେବ ଏବଂ ଯେଉଁମାନେ ଭାରତକୁ ବିଶ୍ୱର ଶ୍ରେଷ୍ଠ ଦେଶ ରୂପେ ଦେଖିବାକୁ ଚାହୁଁଥିବା ଯୁବଗୋଷ୍ଠୀ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଶିକ୍ଷଣୀୟ ଓ ଉପାଦେୟ ଲେଖାହେବ ବୋଲି ଆଶା କରୁଛି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – ୧୧୧ତମ ମନ୍ କି ବାତ୍ ରେ ଦେଶ ତଥା ବିଶ୍ୱବାସୀଙ୍କୁ ନିଜ ମା’ଙ୍କ ନାମରେ ଗଛଟିଏ ଲଗାଇବାକୁ ନିବେଦନ କରି ଜନ୍ମଦାତ୍ରୀ ମା’ର ସେହି ସ୍ନେହ ଆମ ସମସ୍ତଙ୍କ ଉପରେ ଗୋଟିଏ ଋଣ ସଦୃଶ ହୋଇଥାଏ । ଯାହାକୁ କେହି ଶୁଝିପାରେନା । ମା’ଙ୍କୁ ତ ଆମେ କିଛି ଦେଇପାରିବା ନାହିଁ । ହେଲେ ତାଙ୍କ ପାଇଁ କିଛି କରି ପାରିବା କି ? ଏହା ଆମମାନଙ୍କ ପାଇଁ ଏକ ପ୍ରେରଣାଦାୟୀ, ମହାନ ଆଦର୍ଶ ଅଟେ । ସେ ଘୋଷଣା କରିଛନ୍ତି, ନିଜର କୌଣସି ସନ୍ତାନ ସନ୍ତତି ନଥିବା ହେତୁ ପ୍ରତ୍ୟେକ ଭାରତବାସୀ ତାଙ୍କର ଉତ୍ତରାଧିକାରୀ ହୋଇଥିବାରୁ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ କାମ କରିବା ମୋର ଏକମାତ୍ର କାମ୍ୟ । କାରଣ ପ୍ରତ୍ୟେକ ବ୍ୟକ୍ତି ନିଜର ଉତ୍ତରାଧିକାରୀଙ୍କ ଭବିଷ୍ୟତ ନିମନ୍ତେ ସବୁକିଛି ତ୍ୟାଗ କରିଥାଏ । ନିଜର ଉତ୍ତରାଧିକାରୀ କିପରି ସୁଖ ଶାନ୍ତିରେ ରହିବେ ସେଥିପାଇଁ ଜଣେ କଠିନ ପରିଶ୍ରମ କରିଥାଏ । ସେହିପରି, ଦେଶବାସୀ ମୋର ଉତ୍ତରାଧିକାରୀ ହୋଇଥିବାରୁ ସେମାନଙ୍କ ସୁଖ ଶାନ୍ତି ନିମନ୍ତେ କାମ କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ । ଏପରି କି ମୋ ଜୀବନରେ ଯେଉଁଭଳି ଭାବରେ ଦୁଃଖ, ଯନ୍ତ୍ରଣା ଓ ସମସ୍ୟାର ସମ୍ମୁଖୀନ ହୋଇଛି ତାହା ମୋର ଉତ୍ତରାଧିକାରୀଙ୍କୁ ଭୋଗୀବାକୁ ଦେବି ନାହିଁ । ତେଣୁ, ଏଭଳି ଜଣେ ମହାନ୍ ତ୍ୟାଗୀ ପୁରୁଷଙ୍କ କଥା ଚିନ୍ତାକଲେ ଜଣେ କଠୋର ପନ୍ଥୀ ଦେଶ ପ୍ରେମୀ ଭାବରେ ତାଙ୍କ ପ୍ରତି ମୋର ହୃଦୟସ୍ପର୍ଶୀ ମଥା ନତମସ୍ତକ ହୋଇପଡ଼େ । ମୁଁ ଏବଂ ମୋର ଦେଶବାସୀ ସେହି ଦିନଟିକୁ ଦେଖି ଗର୍ବ ଅନୁଭବ କରିଥିଲେ । ଗତମାସ ଜୁଲାଇ ୯ ତାରିଖ ମୋଦୀଙ୍କ ରୁଷଗସ୍ତ ଅବସରରେ “ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର କ୍ରେମଲିନ୍ ଭବନ (ରାଷ୍ଟ୍ରପତି ଭବନ)ରେ ରୁଷର ସର୍ବୋଚ୍ଚ ବେସାମରିକ ସମ୍ମାନ “ଅର୍ଡ଼ର ଅଫ୍ ସେଣ୍ଟ ଆଣ୍ଡ୍ର୍ୟୁ ଦି ଆପୋଷ୍ଟଲ ମୋଦିଙ୍କୁ ପ୍ରଦାନ


