ମୋବାଇଲରେ ଫଟୋ ଭାଇରାଲ ଅଭିଯୋଗରେ ଜଣେ ଗିରଫ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ମୋବାଇଲରେ ଜନୈକ ଯୁବତୀଙ୍କ ଫଟୋ ଭାଇରାଲ ଘଟଣାରେ ଜଣେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗୁଲନଗର ଗ୍ରାମର ଜନୈକ ବିବାହିତା ଯୁବତୀଙ୍କ ଫଟୋ ମୋବାଇଲରେ ଭାଇରାଲ କରିବା ଓ ଅଶ୍ଳିଳ ମେସେଜ ପଠାଇବା ସମ୍ପର୍କରେ ସଂପୃକ୍ତ ଯୁବତୀଙ୍କ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ଫକିରାବାଦର ମୀର ଫାରୁକଙ୍କ ପୁଅ ମୀର ଆଲାମ(୨୬)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଏଥିସହିତ ଆଲାମଙ୍କୁ ପୁରୁଣା ମୋବାଇଲ ଫୋନ ଓ ସୀମ ବିକ୍ରୀ କରିଥିବା ଅଭିଯୋଗରେ ନୁଆ ବସଷ୍ଟାଣ୍ଡ, ଗୈାଡଗୋପ ଏବଂ ପୁରୁଣା ବସଷ୍ଟାଣ୍ଡର ୩ଜଣ ମୋବାଇଲ ଦୋକାନୀଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚୁରା କରାଯାଉଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ