ମୋହନା ପ୍ରେସ୍ କ୍ଲବର ନୁତନ କର୍ମକର୍ତ୍ତା ଚୟନ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ଥିତ ଆଜି ହନୁମାନ ମନ୍ଦିର ଠାରେ ମୋହନା ପ୍ରେସ୍ କ୍ଲବର ନୁତନ କର୍ମକର୍ତ୍ତା ଚୟନ ହୋଇଯାଇଛି I ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧରୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୋହନା ବ୍ଲକର ଶିକ୍ଷା ,ସ୍ବାସ୍ଥ୍ୟ , ଗମନାଗମନ, ଓ ଗରୀବ ସମସ୍ୟାର ଦୁରୀକରଣ ସାଙ୍ଗକୁ ସାମୁହିକ ବିକାଶ ପାଇଁ ବିଭିନ୍ନ ଖବରକାଗଜ ଓ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ମାନେ ଏକାଠି ହୋଇଥିଲେ I ଏବଂ  ନିଜ ନିଜ ମଧ୍ୟରେ ଏକତା ବଜାୟ ରଖିବା ଅପରିହାର୍ଯ଼୍ୟ ବୋଲି ମତ ପ୍ରକାଶ କରିଥିଲେ I ପରିଶେଷରେ ମୋହନା ପ୍ରେସ କ୍ଲବର ୨୦୨୦-୨୧ ବର୍ଷ ପାଇଁ ନୁତନ କର୍ମକର୍ତ୍ତା ଚୟନ କରାଯାଇଥିଲା I ସମସ୍ତ ଙ୍କ ସହମତି ଅନୁଯାୟୀ  ସଭାପତି ଭାବେ ଅଶ୍ବିନି କୁମାର ପାତ୍ର , ଉପ-ସଭାପତି ପ୍ରେମାନନ୍ଦ ପୁଜାରୀ, ସଂପାଦକ ବାବୁଲା ସେଠୀ, ସହ-ସଂପାଦକ ବାଦଲ ବେହେରା, କୋଷାଧ୍ୟକ୍ଷ ତପନ କୁମାର ପତି, ଉପଦେଷ୍ଠା ଭାବେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ , ଗଣେଷ ବିଶୋୟୀ, ପ୍ରମୋଦ ନିଶାନ୍ତ  ଆଇନ ଜୀବି ଦୁର୍ଯ୍ୟଧନ କରଡା ଓ  ବିଳାଶ ନାୟକ  ମନୋନୀତ ହେବା ସହ ଆଇନ ପରାମର୍ଶ ଦାତା ଭାବେ ଦାୟୀତ୍ବ ତୁଲାଇବେ I ସେହିପରି ସଂଘର ସଦସ୍ୟ ସହ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସାମ୍ବାଦିକ ପିଣ୍ଟୁ ପ୍ରଧାନ ,ଶ୍ରୀହରି ପ୍ରଧାନ, ଶୁକାନ୍ତ କୁମାର ରଥ, ଅରୁଣ କୁମାର ନାୟକ ଙ୍କୁ ଦାୟୀତ୍ବ ଦିଆଯାଇଛି I ଆଗାମୀ ଦିନରେ ମୋହନା ପ୍ରେସ କ୍ଲବ ମାଧ୍ୟମରେ ମୋହନା ବ୍ଲକର ଦୁର୍ଗମ ଅଞ୍ଚଳର ଶିକ୍ଷା , ସ୍ବାସ୍ଥ୍ୟ, ଗମନା ଗମନା, ଓ ଅନ୍ୟାନ୍ୟ ଉନ୍ନତିମୁଳକ କାର୍ଯ୍ୟକ୍ରମ କିଭଳି ଦ୍ରୁତ ଗତିରେ ହୋଇପାରିବ ସେଥି ପାଇଁ ଦୃଢ ସଂକଳ୍ପ ନିଆଯାଇଛି I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ