ମୌମିତା ଦେବନାଥଙ୍କ ସ୍ମୃତିରେ ନ୍ୟାୟ ଶୋଭାଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଉତ୍କଳ ବୁଲେଟିନ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତିଚାରଣ କରାଯାଇଥିଲା । ଏହି ବର୍ବର ହତ୍ୟାକାଣ୍ଡ ପାଇଁ ଦୋଷୀଙ୍କୁ ଫାଶିଦଣ୍ଡ ଦିଆଯାଉ ବୋଲି ଶିଭମ ଶିକ୍ଷାନୁଷ୍ଠାନ ଓ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ମିଳିତ ପ୍ରତିବାଦ କରାଯାଇଥିଲା । ମୁଗୁପୁର ସମାଚାରର ସମ୍ପାଦକ ମଦନ ମୋହନ ପାଢୀ, ସମାଜସେବୀକା ସମିତା ମହାରଣା, ସାମ୍ବାଦିକ ପ୍ରିୟବ୍ରତ ବାରିକ, ସେନା ଅଧିକାରୀ କ୍ରିଷ୍ଣା ପ୍ରସାଦ ରଥ, ସମାଜସେବୀ ନାରାୟଣ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି ଉକ୍ତ ଘଟଣାକୁ ତୀବ୍ର ବିରୋଧ କରିବା ସହିତ ନିନ୍ଦା କରିଥିଲେ । ସରକାର ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ ମତବ୍ୟକ୍ତ କରାଯାଇଥିଲା । କାର୍ଯ୍ୟକ୍ରମକୁ ପୁଷ୍ପା, ସତ୍ୟ ପ୍ରମୁଖ ପରିଚାଳନା କରିଥିଲେ ।


