ମୟୁରଭଞ୍ଜ ପୋଲିସ ଓ ବଡ଼ବିଲ ଏସ୍ ଡି ପିଓ ପୋଲିସକୁ ବଡ ସଫଳତା
ଯୋଡ଼ା, (ସମୀର କୁମାର ଦାସ) :-ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁ ହାଟରେ ଗୁଳିକାଣ୍ଡ ଘଟଣାରେ ୫ ଗିରଫ । ସୂଚନା ଅନୁଯାୟୀ ଗତ ୨୫ ତାରିଖ ସକାଳ ପ୍ରାୟ ୫ ଟା ସମୟରେ ପଶ୍ଚିମବଙ୍ଗ ଜମ୍ବା ଲି ଥାନା ଜାମସୁଦ ଅଲ୍ଲୀ ନାମକ ଜଣେ ଗୋରୁ ବେପାରୀ ଗୋରୁ କିଣିବା ପାଇଁ ହାଟବାଦଡା ହାଟକୁ ଯାଇଥିଲେ, ସେହି ସମୟରେ ୨ଟି ବାଇକ୍ ରେ ୪ ଜଣ ଦୁର୍ବୃତ୍ତ ଆସି ଅତର୍କିତ ଭାବେ ଗୋ ବେପାରୀଙ୍କ ଉପରକୁ ଗୁଳିମାଡ କରି ୨୦ ଲକ୍ଷ ଟଙ୍କା ଲୁଟ୍ କରି ସେଠାରୁ ଫେରାର୍ ହୋଇଯାଇଥିଲେ । ତେବେ ଅଲ୍ଲୀ କୁ ୪ ରାଉଣ୍ଡ ଗୁଳି ବାଜି ଥିବାରୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିଲା, ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ମୟୁରଭଞ୍ଜ ପୋଲିସ ବିଭିନ୍ନ ଜାଗାରେ ଛାନଭିନ୍ ଚଳାଇଥିଲେ । ତେବେ ଦୁର୍ବୃତ୍ତ ମାନେ ଗୋ ବେପାରୀଙ୍କୁ ଗୁଳିକାଣ୍ଡ କରି ବାମେବାରୀ ଅଞ୍ଚଳର ଖଣ୍ଡବନ୍ଧ ନିକଟରେ ୨୦ ତାରିଖ ଜଣେ ପରିବହନ ସଂସ୍ଥାର କର୍ମଚାରୀଙ୍କ ପାଖରୁ ବନ୍ଧୁକ ଦେଖାଇ ୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ପୁଣି ୨୨ ତାରିଖ ଯୋଡ଼ାର ହଲସେଲର ଦୋକାନର କର୍ମଚାରୀଙ୍କୁ ଗୁଳିମାଡ କରିଥିଲେ । ପୁଣି ୨୩ ତାରିଖ ଉଦ୍ରାସାହି ସ୍ଥିତ ପରିବହନ ସଂସ୍ଥା ଠାରୁ ଗୁଳି ଫୁଟାଇ ୪ ଲକ୍ଷ ଟଙ୍କା ଲୁଟ୍ କରିଥିଲେ । ପୁଣି ୨୮ ତାରିଖ ଦିନ ନାରଦପୁର ମଦ କାଉଣ୍ଟରରୁ ପ୍ରିଣ୍ଟର୍ ଓ ମୋବାଇଲ ନେଇଥିଲେ ।ତେବେ ଦୁର୍ବୃତ୍ତ ମାନେ ଆତଙ୍କ ସୃଷ୍ଟି କରି ଫେରାର୍ ହୋଇଯାଇଥିଲେ । ତେବେ ବଡବିଲ ଏସ୍ ଡି ପିଓ ହିମାଂସୁ ଭୁଷଣ ବେହେରା, ବଡ଼ବିଲ ଆଇ ଆଇ ସି, ରୁଗୁଡି ଆଇ ଆଇ ସି ଏବଂ ମୟୁରଭଞ୍ଜ ପୋଲିସ ମିଳିତ ଭାବେ ବିଭିନ୍ନ ଜାଗାରେ ଛାନ୍ ଭିନ୍ କରିଥିଲେ । ତେବେ ବିଶେଷ ସୂତ୍ରରୁ ଖବର ପାଇ ରାଇରଙ୍ଗପୁର ଅଞ୍ଚଳର ମାଷ୍ଟର ମାଇଣ୍ଡକୁ ଧରି ପଚରା ଉଚରା କରି ଝାଡ଼ଖଣ୍ଡ ଚାଇବାସା ଅଞ୍ଚଳରୁ ୪ ଜଣ ଦୁବୃତ୍ତକୁ ଧରି ବଡ଼ବିଲ ଥାନାକୁ ଆଣି ପଚରାଉଚୁରା କରିବାରୁ ସେମାନେ ସ୍ଵିକାର କରିଥିଲେ କି ଯୋଡ଼ା ବଡବିଲ ଅଞ୍ଚଳରେ ୪ଟି ଗୁଳିକାଣ୍ଡ ଘଟାଇଥିବା କହିଥିଲେ । ଏଥିରେ ଆହୁରି ଆସାମି ଫେରାର୍ ଥିବା ଜଣାପଡ଼ିଛି। ଏହି ୫ ଜଣ ଦୁର୍ବୃତ୍ତଙ୍କୁ ନିଜ ଆୟୋତ୍ତରେ ନେଇ ବାରିପଦା ଥାନାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ନିକଟର ଲୁଟ୍ ଟଙ୍କାରେ କିଣିଥିବା ଗୋଟିଏ ଟ୍ରାକ୍ଟର , ଗୋଟିଏ ବାଇକ୍ ନଗଦ ୫୦ ହଜାର ଟଙ୍କା ସମେତ ହତ୍ୟା ଓ ଲୁଟ୍ ରେ ବ୍ୟବହୃତ ହୋଇଥିବା ବନ୍ଧୁକ , ୨୦ ରାଉଣ୍ଡ ଗୁଳି ୭ଟି ମୋବାଇଲ ଓ ବ୍ୟାଗ୍ ଜବତ କରି କୋର୍ଟ ଚାଲାଣ କରିଥିବା ପୂର୍ବାଞ୍ଚଳ ଆଇ ଜି ହିମାଂସୁ ଲାଲ୍ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।


