ଅନ୍ତ୍ୟୋଦୟ ସେବା ସଂସ୍ଥା ଦ୍ୱାରା ଵିଦ୍ୟାଳୟକୁ ବିଭିନ୍ନ ପାଠ୍ୟକ୍ରମ ସାମଗ୍ରୀ ଯୋଗାଣ
କୋଦଳା, (ଗୁଲସନ କୁମାର କର) :-ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଙ୍ଗ ଗ୍ରାମ ର ପ୍ରାଥମିକ ବିଦ୍ୟାଳୟରେ କକ୍ଷା ମାନଙ୍କରେ ସରଳ, ଆନନ୍ଦମୟ ଏବଂ ଖେଳ-ଖେଳ ରେ ଶିକ୍ଷା ପ୍ରଦାନ କରିବା ପାଇଁ ଶ୍ରୀ ପ୍ରଦୀପ କୁମାର ପଣ୍ଡା ଙ୍କ ନେତୃତ୍ୱ ରେ ଅନ୍ତ୍ୟୋଦୟ ଖେଳନା ବ୍ୟାଙ୍କର ସ୍ଥାପନ କରାଯାଇ ଅଛି l ଖେଳନା ଗୁଡିକୁ ଦେଖିକରି ପିଲାଙ୍କ ମନରେ ଖୁସିର ଲହରୀ ଖେଳି ଉଠିଛି l ମୁମ୍ବାଇରେ ଥିବା ଅନ୍ତ୍ୟୋଦୟ ସେବା ସଂସ୍ଥା ର ସ୍ଥାପକ ଶ୍ରୀ ମହେନ୍ଦ୍ର ମେହତା ଏବଂ ତାଙ୍କର ସହକର୍ମୀଙ୍କର ସାହାଯ୍ୟ କ୍ରମେ ଏହା ସମ୍ଭବ ହୋଇପାରିଛି l ଏହି ଖେଳନା ବ୍ୟାଙ୍କ ର ସ୍ଥାପନ କରିବା ର ମୁଖ୍ୟ ଉଦେଶ୍ୟ ଏହିକି ଯେ ପ୍ରାଥମିକ କକ୍ଷା ଗୁଡିକ ରେ ନାମାଙ୍କନ ବୃଦ୍ଧି ଦେଖିବାକୁ ମିଳିବ, ପିଲାମାନଙ୍କ ସ୍କୁଲ ଯିବା ପାଇଁ ଆଗ୍ରହ ବଢିବ ଏବଂ ପିଲା ମାନେ ବହୁତ କିଛି ଖେଳନା ମାଧ୍ୟମ ରେ ଶିଖିପାରିବେ, ଯାହା ସେମାନଙ୍କୁ ଆଗକୁ ବଢିବା ରେ ବହୁତ ସାହାଯ୍ୟ କରିବ l ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ଡିଜିଟାଲ ହେବାରେ ଲାଗିଛି ତେଣୁ ପାଠପଢ଼ାକୁ ସରସ ସୁନ୍ଦର କରିବା ପାଇଁ ଏହା ଏକ ପ୍ରୟାସ ଜାରି କରିଛି ଅନ୍ତ୍ୟୋଦୟ ସେବା ସଂସ୍ଥା ।


