ଯକ୍ଷ୍ମା ମୁକ୍ତ ଭାରତ ନିମନ୍ତେ ‘ଜନ ଆନ୍ଦୋଳନ ‘ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) : ଭାରତ ସରକାର ୨୦୨୫ସୁଦ୍ଧା ଭାରତ ବର୍ଷକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟ ନେଇ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ପରିକଳ୍ପନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶୀଘ୍ର ପରୀକ୍ଷଣ, ଚିକିତ୍ସାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯକ୍ଷ୍ମା ରୋଗ ଭଳି ଏକ ସଂକ୍ରାମକ ରୋଗର ମୁଳଉତ୍ପାଟନ କରିବା ନିମନ୍ତେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ମନକୁ ହାତକୁ ନିଆଯାଇଛି l ଯକ୍ଷ୍ମାର ମୂଳଉତ୍ପାଟନ ନିମନ୍ତେ ସମାଜର ସବୁ ବର୍ଗର ସହଯୋଗ ଅତ୍ୟନ୍ତ ଗୁରୁତ୍ୟପୂର୍ଣ୍ଣ ରହିଛି।ତେଣୁ ଏହି ଲକ୍ଷ୍ୟକୁ ସଫଳ କରିବା ପାଇଁ ଗଞ୍ଜାମ ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ପରାମର୍ଶ କ୍ରମେ ମୁନିସପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ସଭାଗୃହ ପରିସରରେ ଏକ ସଚେତନତା ମୂଳକ “ଜନ ଆନ୍ଦୋଳନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଜନ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ପ୍ରତି ଗ୍ରାମରେ ସଚେତନତା ମୂଳକ କାର୍ଯ୍ୟକ୍ରମକୁ ପ୍ରସାର ପ୍ରଚାର କରିବା ପାଇଁ ସମସ୍ତ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଆୟୋଜିତ ଜନ ଆନ୍ଦୋଳନ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଛତ୍ରପୁର ବ୍ଳକ ଉନ୍ନୟନ ଅଧିକାରୀ ସାରଦା ପ୍ରସନ୍ନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ,ମୁନିସପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡକ୍ଟର ସୁଦର୍ଶନ ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବରୁଣ କୁମାର ପାଣିଗ୍ରାହୀ,ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କନିଷ୍ଠ ପରିଚାଳକ ସନ୍ତୋଷ କୁମାର ପଣ୍ଡା, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ ସିମାଞ୍ଚଳ ପ୍ରଧାନ ପ୍ରମୁଖ ମଞ୍ଚାସିନ ହୋଇ ଯକ୍ଷ୍ମା ନିରାକରଣ ନିମନ୍ତେ ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଯକ୍ଷ୍ମା ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଜନ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ମତ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶଦାତା ଡକ୍ଟର ସନ୍ତୋଷ କୁମାର ରାଜୁ, ପ୍ରୟୋଗଶାଳା ପ୍ରାଯୁକ୍ତିକ ଶ୍ରୀ ପଦ୍ମାନନ୍ଦ ଗନ୍ତାୟତ, ଅଣ ସଂକ୍ରାମକ ରୋଗ ପରାମର୍ଶଦାତା ଶ୍ରୀ ଡି ଦେବହରି ରେଡ଼ି ଓ ଜ୍ୟେଷ୍ଠ ଯକ୍ଷ୍ମା ପ୍ରୟୋଗ ଶାଳା ପରିଦର୍ଶକ ଶ୍ରୀ ଅନନ୍ତରାମ ପଣ୍ଡା ପ୍ରମୁଖ ନିଜସ୍ଵ ମତ ରଖିଥିଲେ। ଜ୍ୟେଷ୍ଠ ଯକ୍ଷ୍ମା ଚିକିତ୍ସା ପରିଦର୍ଶକ ପ୍ରଭାତ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ହେଲ୍ପ ଡେସ୍କ ପରିଚାଳକ ଜିତେନ୍ଦ୍ର ମହାପାତ୍ର, ଯକ୍ଷ୍ମା ଚମ୍ପିୟାନ ମୁନା ବେହେରା, ସ୍ବେଚ୍ଛାସେବୀ ଅମ୍ବିକା ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ