ଅମୁଲ ପ୍ରତିଷ୍ଠାତାଙ୍କ ୧୦୦ତମ ଜନ୍ମ ଜୟନ୍ତୀ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅମୁଲ୍ ଇଣ୍ଡିଆ କମ୍ପାନୀର ପ୍ରତିଷ୍ଠାତା ଡକ୍ଟର କୁରିଏନ୍ଙ୍କ ୧୦୦ ତମ ଜନ୍ମଜୟନ୍ତୀ ଏବଂ ଓଡ଼ିଶାରେ ଅମୁଲ୍ କମ୍ପାନୀର ୭୫ ବର୍ଷ ପଦାର୍ପଣ ଅବସରରେ ରୋଟାରୀ ଇ-କ୍ଲବ ଏବଂ ଜିଲ୍ଲା ରୋଟାକ୍ଟ ଅନୁଷ୍ଠାନ-୩୨୬୨, ଅମୁଲ୍ ଇଣ୍ଡିଆ, ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ୱରସ୍ଥିତ ଇନ୍ଦିରାଗାନ୍ଧୀ ପାର୍କ ପରିସରରୁ ୭୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ଏକ ପଦଯାତ୍ରାରେ ବାହାରି ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲେ । ଏହି କାର୍ଯ୍ୟକ୍ରମକୁ ରୋଟାରିୟାନ ଡିଜିଏନ୍ ଜୟଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲିଲନ ପ୍ରସାଦ ସାହୁ, ଅମୁଲର ଶାଖା ପରିଚାଳକ ଶୁଭାଶିଷ ଦାସ, ଆଶୁତୋଷ ରଥ, କୁମାର ମହାନ୍ତି, ତନ୍ମୟ ମହାନ୍ତି, ଶୁଭେନ୍ଦୁ ପରିଡ଼ା, ରୋଜି ରଥ, ଚିଦାତମିକା ଖଟୁଆ, ଝଞ୍ଜା ଦାସ, ଆଶିଷ ସାହୁ, ମହେଶ ରଜନୀ, ପୂଣ୍ୟଶ୍ଲୋକ ମହାନ୍ତି, ପ୍ରଜକ୍ତା ଦେବରାୟ, ତାପସ ରଞ୍ଜନ ମଲ୍ଲିକ, ପ୍ରତୀକ ନନ୍ଦ, ରଞ୍ଜନ ମହାପାତ୍ରଙ୍କ ସମେତ ବହୁ ରୋଟାରିୟାନ ଓ ରୋଟାକ୍ଟର ଯୋଗ ଦେଇଥିଲେ । ଏଥିରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ।


