ଯୁବକର ମୃତଦେହକୁ ଉଦ୍ଧାର କଲା ପୋଲିସ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ଯୁବକମାନେ ଦିନକୁ ଦିନ ମାନସିକ ବିକାରଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ଜୀବନର ଶେଷ ରାସ୍ତାବୋଲି ବାଛିନେଉଛନ୍ତି ।ଯାହାକି ଏବେ ଚିନ୍ତାଜନକ ବିଷୟ ।ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଉଛି ।ସୂଚନା ଯୋଗ୍ୟ ଜାମଦା ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର କୃଷ୍ନ ଗୋଇପେଇ(୩୫) ତିନିମାସ ହେଲା ବିଶୋଇ ଥାନା ଅନ୍ତର୍ଗତବନେଇକଳା ଗ୍ରାମରେ ତାଙ୍କର ସଂପର୍କିୟ ବଡବାପା ପାଣ୍ଡୁ ଗୋଇପେଇ ଘରେ ରହୁଥିଲେ ।ଗତ ଶୁକ୍ରବାର ଦିନଠାରୁ ସେଠାରୁ କୁଆଡେ ପଳେଇ ଯାଇଥିଲେ ।ପରେ ରବିବାର ଦିନ ଅପରାହ୍ନ ୪ଟା ପାଖାପାଖିରେ ଜାମଝାରି ନର୍ସରି ନିକଟସ୍ଥ କେନ୍ଦୁଗଛ ରେ ଯୁବକର ମୃତଦେହକୁ ଦେଖି ଗାଁ ଲୋକେ ବିଶୋଇ ପୋଲିସକୁ ଖବର ଦେଇଥିଲେ ।ବିଶୋଇ ପୋଲିସ ସୋମବାର ଦିନ ମୃତକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁକରି ରାଇରଙ୍ଗପୁର ହସ୍ପିଟାଲରେ ଶବ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ମୃତ୍ୟୁର କାରଣ ଅସ୍ପଷ୍ଟ ।


