ଯୁବବିକାଶ ପରିଷଦ ପକ୍ଷରୁ ଏକତା ଯାତ୍ରା

ନିମାପଡ଼ା, ( ସନ୍ତୋଷ ଦାଶ) : ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ୧୪୭ ତମ ଜୟନ୍ତୀ ରେ ଏକତା ଯାତ୍ରା । କାଶ୍ମୀର ଠୁ କଟକ ସବୁଠି ସର୍ଦ୍ଦାରଙ୍କ ଜୟନ୍ତୀ ପାଳନ ହେଉଅଛି । ଆଜିର ଏହି ପୂଣ୍ୟ ତିଥିରେ ନିମାପଡ଼ାର ଅଗ୍ରଣୀ ସାମାଜିକ ସଂଗଠନ ଯୁବ ବିକାଶ ପରିଷଦ ଦ୍ବାରା ଶତାଧିକ ଛାତ୍ରଛାତ୍ରୀ ଏବଂ ଉତ୍ସାହୀ ଯୁବକ ଙ୍କୁ ନେଇ ଏକତା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମସ୍ତେ ନିମାପଡ଼ା ବଜାର ପରିକ୍ରମା କରି ବାରବାଟି ପଡ଼ିଆ ଦେବୀ ମଣ୍ଡପ ନିକଟରେ ଏକତା ଯାତ୍ରା ର ସମାପ୍ତ କରିଥିଲେ । ନିମାପଡ଼ାର ପ୍ରଥମ ବିଧାୟକ ତଥା ସ୍ୱାଧିନତା ସଂଗ୍ରାମୀ ମୋହନ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଶେଷରେ ଦୋଳ ମଣ୍ଡପ ଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ କ୍ଷିରୋଦ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସର୍ଦ୍ଦାରଙ୍କ ସନ୍ଦେଶ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବିକାଶ ପରିଷଦର ସଭାପତି ନିରଞ୍ଜନ ସାହୁ, ଉପସଭାପତି ଚନ୍ଦ୍ରକାନ୍ତ ବରାଳ, ବ୍ରହ୍ମାନନ୍ଦ ସାହୁ, ସାନ୍ତୁନ ମିଶ୍ର, ଅମୀୟ ପୋଦାର, ବିଷ୍ଣୁ ସାହୁ ପ୍ରମୁଖ ଯୋଗଦେଇଥିଲେ । ଅନୁଷ୍ଠାନର ସଦସ୍ୟ ତଥା ଯୁବ ସାମ୍ବାଦିକ ବିକାଶ ଚନ୍ଦ୍ର ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ