ଯେଉଁଠି କନ୍ୟା ସନ୍ତାନ ଜନ୍ମ ହେଲେ ଏପରି କରନ୍ତି 

ଦେଶରେ କନ୍ୟା ଭ୍ରୂଣ ହତ୍ୟା ଘଟଣାମାନ ଘଟିଚାଲିଛି । ତେବେ ବିହାରର ଭାଗଲପୁରର ଏକ ଗାଁରେ କନ୍ୟା ସନ୍ତାନ ଜନ୍ମ ହେଲେ ଉତ୍ସବ ଅନୁଷ୍ଠିତ ପାଣିକୁ ଡରି ୬୫ ବର୍ଷ ହେବ ଗାଧୋଇନାହାନ୍ତି ଏହି ବ୍ୟକ୍ତି ହୋଇଥାଏ । ସ୍ଥାନୀୟ ଧରହରା ଗାଁରେ ଝିଅଙ୍କୁ ଲକ୍ଷ୍ମୀ ଭାବରେ ଲୋକେ ଗ୍ରହଣ କରିଥାନ୍ତି । ପରିବାରରେ କନ୍ୟା ସନ୍ତାନ ଜନ୍ମ ହେଲେ ସଭିଏଁ ଆନନ୍ଦିତ ହୋଇଥାନ୍ତି । ଗାଁରେ ଏଥିପାଇଁ ସମ୍ପୃକ୍ତ ପରିବାର ପକ୍ଷରୁ ଭୋଜିଭାତର ଆୟୋଜନ ହୋଇଥାଏ । ଏଭଳି ପରମ୍ପରା ଏଠାରେ ପ୍ରାୟ ୩ ଶହରୁ ଅଧିକ ବର୍ଷ ଧରି ପ୍ରଚଳିତ ହୋଇଆସୁଥିବା ସ୍ଥାନୀୟ ବାସିନ୍ଦା କୁହନ୍ତି । ଝିଅଜନ୍ମ ହେଲେ ଖୁସିରେ ପରିବାର ସଦସ୍ୟ ବିଭିନ୍ନ ଫଳ ବୃକ୍ଷଚାରା ରୋପଣ କରନ୍ତି । କେହି କେହି ଶହେ ୧୧ଟି ବୃକ୍ଷଚାରା ମଧ୍ୟ ରୋପଣ କରିଥାନ୍ତି । ପରିବେଶ ସୁରକ୍ଷା କାର୍ଯ୍ୟକ୍ରମକୁ ଗାଁରେ ସବୁବେଳେ ଗୁରୁତ୍ୱ ଦିଆଯାଇଥାଏ । ଏହି କାରଣରୁ ଏହି ଗାଁ ସୋସିଆଲ୍ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ