ଯୋଡାରେ ଏଲ.ସି.ଡି.ସି କାର୍ଯ୍ୟକ୍ରମ
ଯୋଡ଼ା (ଯୁଗାଦ୍ଦ) ସହରାଚଂଳ ଆଇସିଡିଏସ୍ ସଭାଗୃହଠାରେ ଏଲ.ସି.ଡି.ସ.ିର ଏକ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟ ପରିଦର୍ଶକ ଅଚ୍ୟୁତାନନ୍ଦ ପାତ୍ର, ବିଏନଏଲଡବ୍ଲୁ ଉଦୟଭାବୁ ରାଉତ, ପୌରାଚଂଳ ସ୍ୱାସ୍ଥ୍ୟକର୍ମୀ ମୋହନ ଚରଣ ବାରିକ ଉପସ୍ଥିତ ରହି ଅଙ୍ଗନଓାଡି କର୍ମୀମାନଙ୍କୁ କୁଷ୍ଠ ରୋଗ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଆସନ୍ତା ତା ୧୪.୦୨.୨୦୨୦ ରିଖ ଠାରୁ ତା ୨୯.୦୨.୨୦୨୦ ରିଖ ପର୍ଯ୍ୟନ୍ତ ଗୃହ ପରିଦର୍ଶନ ଓ କୁଷ୍ଠ ରୋଗୀଙ୍କୁ ଚିହ୍ନଟ ପ୍ରକ୍ରିୟା କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବିଭିନ୍ନ ଓାର୍ଡର ଅଙ୍ଗନଓାଡି କର୍ମୀମାନେ ଉପସ୍ଥିତ ଥିଲେ ।


