ସହିଦ ପ୍ରସନ୍ନ ସାହୁଙ୍କ ପାଇଁ ଶ୍ରଦ୍ଧାଞଳି ସଭା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ପଂଚାୟତ ପାରିଶିଖର ଗ୍ରାମର ପୁଅ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ପ୍ରସନ୍ନ କୁମାର ସାହୁଙ୍କ ପ୍ରଥମ ସହିଦ ଦିବସରେ ନିଜ ଗାଁ ମାଟିରେ ସହିଦ ପ୍ରସନ୍ନ କୁମାର ସାହୁ ସ୍ମୃତି ପରିଷଦ ଆନୁକୁଲ୍ୟରେ ପାଳନ କରାଯାଇଛି । ଆସନ୍ତା ୧୪ ତାରିଖକୁ ଏକ ବର୍ଷ ପୁରି ଯାଉଥିବା ବେଳେ ଏହି ସହିଦ ଦିବସକୁ ୩ ଦିନ ଧରି ପାଳନ କରାଯାଉଛି । ପ୍ରଥମ ଦିନରେ ଦିଲ୍ଲିପ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ଯୋଗ ଉଦଘାଟନ କରିଥିଲେ । ତାଙ୍କ ସହିତ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ସୁବ୍ରତ କୁମାର ନାୟକ ଓ ଅଧ୍ୟାପକ ପ୍ରଭାତ ଶତପଥି ପ୍ରମୁଖ ଯୋଗ ଦେଇ ସହିଦଙ୍କ ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା କ୍ରିଡା,ବକ୍ତୃତା ଓ ଦେଶାତ୍ମକବୋଧ ସଂଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ସହିଦ ଦିବସ ପାଳିତ ହେବ । ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ଅମୁଲ୍ୟ ମିଶ୍ର କରିଥିବା ବେଳେ ଶିକ୍ଷକ ଜ୍ଞାନରଂଜନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ