ରଜନୀକାନ୍ତଙ୍କ ଫିଲ୍ମରେ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା

ସୁପରଷ୍ଟାର ରଜନୀକାନ୍ତଙ୍କ ତାମିଲ ଫିଲ୍ମ “ଦରବାର’ରେ ଅଭିନୟ କରିବେ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକ । “ଦରବାର’ ହେଉଛି ଦେବସ୍ମିତାଙ୍କର ପ୍ରଥମ ଫିଲ୍ମ । ବଡ଼ କଥା ହେଉଛି, ଏହି ଫିଲ୍ମରେ ତାଙ୍କ ସହ ରଜନୀକାନ୍ତ ମଧ୍ୟ ଅଭିନୟ କରିବେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବସ୍ମିତା ହେଉଛନ୍ତି ଜଣେ ବିଏସସି ଛାତ୍ରୀ । ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି । ସେ ଓଡ଼ଶୀ ନୃତ୍ୟ ସହିତ କଥକ, ଛଉ, ସମ୍ବଲପୁରୀ, ଜାଝ୍, ସାଲସା ଓ ବଲିଉଡ୍ ନାଚରେ ମଧ୍ୟ ନିପୁଣ । ୩ ବର୍ଷ ବୟସରୁ ସେ ନ୍ୟାସନାଲ୍ ଟିଭି ଶା’ “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’, “ଡ୍ୟାନ୍ସ ଦିୱାନେ’ ଓ ବୁଗି ବୁଗି’ରେ ଭାଗ ନେଇଥିଲେ । ଭବିଷ୍ୟତରେ ସୁଯୋଗ ମିଳିଲେ ଯେ କୌଣସି ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବେ ବୋଲି ଦେବସ୍ମିତା କହିଛନ୍ତି । ଆସନ୍ତା ବର୍ଷ ଜାନୁଆରୀ ୧୪ରେ “ଦରବାର’ ରିଲିଜ୍ ହେବ । ମୁଖ ଭୂମିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନତାରାଙ୍କୁ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଏଆର୍ ମୁରୁଗାଦାସ୍ ରହିଛନ୍ତି । ତେବେ ଓଡ଼ିଆ ଝିଅ ଦେବସ୍ମିତାଙ୍କର ଏହି ସଫଳତାକୁ ନେଇ ଖାଲି ଗଜପତି ଜିଲ୍ଲା ନୁହେଁ ବରଂ ସାରା ଓଡ଼ିଶା ଗର୍ବିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ