ରଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ମାଗଣା ଭାକ୍ଷୁ ଚିକିତ୍ସା ଶିବିର
ହାଟଡିହି, (ବିକାଶ ବିଶ୍ୱାଳ):ରଧାଗୋବିନ୍ଦ ଫାଉଣ୍ଡେସନ ତରଫରୁ ହାଵଳେଶ୍ବର ଗ୍ରାମପଞ୍ଚାୟତ ଶାଳବଣି (ଜମ୍ଭରା) ଗ୍ରାମର ରଧାଗୋଵିନ୍ଦ ମନ୍ଦିର ପ୍ରାଙ୍ଗଣରେ ମାଗଣା ଚକ୍ଷୁ ଚିକିତ୍ସା ଶିଵିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ରାଧାଗୋବିନ୍ଦ ଫାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ଶ୍ରୀମତୀ ସାଗରୀକା ମହାନ୍ତି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଜେପିଏମ୍ ରୋଟାରୀର ଚକ୍ଷୁ ବିଶେଷଜ୍ଞ ଓ କର୍ମଚାରୀଙ୍କ ଦ୍ଵାରା ଚକ୍ଷୁ ପରୀକ୍ଷା କରାଯାଇଥିଲା। ଫାଉଣ୍ଡେସନ ସଦସ୍ୟ ପୁରୁଷୋତ୍ତମ ମହାନ୍ତି, କାମେଶ୍ୱର ମହାନ୍ତି,ଚିତ୍ତରଞ୍ଜନ ମଲିକ୍, ରାଜକିଶୋର ସ୍ବାଇଁ , ରାମଚନ୍ଦ୍ର ମହାନ୍ତି, କୃପାସିନ୍ଧୁ ମଲିକ୍, ଅରୂପ ରାଉତ, ମହେଶ୍ୱର ରାଉତ,ପଙ୍କଜ ବେହେରା,ସୌରିରଞ୍ଜନ ମହାନ୍ତି, ସୁଶାନ୍ତ ଜେନା, ମୁକେଶ କୁମାର ନାୟକ,ସ୍ଵୟଂ ପ୍ରକାଶ ମିଶ୍ର, ଗୋପୀନାଥ ରାଉତ, କାର୍ତ୍ତିକ ଦାସ,ଦେବାଶିଷ ନାୟକ, ନଳିନୀ ମହାନ୍ତି,ସ୍ମ୍ରତିରଞ୍ଜନ ରାଉତ,ମନୋଜ ମଲିକ୍ , ପ୍ରତାପ ଦାସ,ଅନିଲ୍ ସେଠୀ, ଆକାଶ ବେହେରା,ପ୍ରଶାନ୍ତ ମଲିକ୍ ଦେବରାଜ ହାତୀ,ସତ୍ୟବାନ୍ ମାଝୀ,ଯିତେନ୍ଦ୍ର ମୁଦୁଲି, କାର୍ତ୍ତିକ ଚନ୍ଦ୍ର ପାଲ୍, ବାଇଧର ସେଠୀ, ପୂର୍ଣ୍ଣ ଚନ୍ଦ୍ର ସାମଲ ପ୍ରମୁଖ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳର ଏକଶହରୁ ଉର୍ଦ୍ଧ ଚକ୍ଷୁରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବା ବେଳେ ୨୦ ଜଣ ରୋଗୀଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ କଟକ ଜେପିଏମ୍ ରୋଟାରୀ କୁ ସ୍ଥାନାନ୍ତରିତ କରାଯାଇଥିଲା।


