ରନ୍ଧନ ଓ ଅଣ୍ଡା ଯୋଗାଣକୁ ଅଲ୍‌ ଓଡ଼ିଶା ଅଙ୍ଗନୱାଡ଼ି ସଂଘର ବିରୋଧ

ବ୍ରହ୍ମପୁର, (ଓ୍ୱାଇଏନ୍‌ଏସ୍‌): ବ୍ରହ୍ମପୁରରେ ସ୍ୱୟଂ ସହାୟିକା ଗୋଷ୍ଠୀ ତରଫରୁ ରନ୍ଧନ ଓ ବଣ୍ଟନ ଅଣ୍ଡା ଯୋଗାଣକୁ ନେଇ ଅଲ୍‌ ଓଡ଼ିଶା ଅଙ୍ଗନବାଡ଼ି ଲେଡ଼ିସ ୱାର୍କର ୟୁନିୟନ ତରଫରୁ ମଙ୍ଗଳବାର ବିରୋଧ ସ୍ୱରୂପ ଏକ ଦାବିପତ୍ର ଆର୍‌ଡ଼ିସିଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ଭାରତୀୟ ମଜଦୁର ସଂଘ ସଲଗ୍ନ ସବୁ ବ୍ଲକ୍‌ର ଅଙ୍ଗନୱାଡ଼ି କର୍ମୀ ଏପରି ଯୋଗାଣର ତୀବ୍ର ବିରୋଧ କରିଛନ୍ତି । ତେଣୁ ପୂର୍ବଭଳି ଏହି କାର୍ଯ୍ୟକୁ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ଦିଆଯାଉ ବୋଲି ଏଠାରେ ଦାବି କରାଯାଇଥିଲା । କୌଣସି ଜିଲ୍ଲାରେ ଏହି ନିୟମ କାର୍ଯ୍ୟକାରୀ ହେଉନଥିବାବେଳେ ଗଞ୍ଜାମ ଜିଲ୍ଲାରେ ଏପରି ନିୟମ ଲାଗୁ କରିବା ନେଇ ଘୋର ନିନ୍ଦା କରାଯାଇଥିଲା । ତେଣୁ ଏହାର ବିଚାର କରି ସମ୍ପୁର୍ଣ୍ଣ ଦାୟିତ୍ୱ ଏସ୍‌ଏଚ୍‌ଜି କିମ୍ବା ଅଙ୍ଗନୱାଡ଼ି କର୍ମୀଙ୍କୁ ଦିଆଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଏଥିରେ ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ, ଅମିତା ସାହୁ, ସଭାନେତ୍ରୀ ରଞ୍ଜିତା କୁମାରୀ ରଥଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ