ରନ୍ଧନ ଗ୍ୟାସ୍ ଦରବୃଦ୍ଧି ପ୍ରତିବାଦରେ

ଘଟଗାଁ, (ନାରାୟଣ ପଲେଇ) : ଦିନକୁ ଦିନ ଇନ୍ଧନ ସହିତ ରନ୍ଧନ ଗ୍ୟାସ୍‌ର ଦର ହୁ ହୁ କରି ବଢଚାଲିଛି, ଯାହାର ପ୍ରଭାବ ସିଧାସଳଖ ଗରିବ ଗୁୁରୁବାଙ୍କ ହାଣ୍ଡିଶାଳରେ ପଡୁଛି । ତେବେ କେନ୍ଦ୍ର ସରକାରଙ୍କ ଏହି ଗରିବ ମାରଣା ନିତିକୁ ବିରୋଧ କରି ଗତକାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ରାଜ୍ୟ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଧୋଳନକୁ ଓହ୍ଲାଇଛନ୍ତି । ଆଜି ଦ୍ୱିତୀୟ ଦିନରେ ରାଜ୍ୟର ପ୍ରତି ବ୍ଲକ୍ ରେ ରାଜ୍ୟ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ଆନ୍ଦୋଳନ କରିବା ସହିତ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଡିଓଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀର ଘଟଗାଁ ଠାରେ ମଧ୍ୟ ଆଜି ଏହି ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମଳିଥିଲା । ଘଷିପୁରା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଘଟଗାଁ ବ୍ଲକ୍‌ର ଶତାଧିକ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ, ଘଷିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଆଦେଶରେ କେନ୍ଦୁଝର ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଦେବାଶିଷ୍ ପାତ୍ରଙ୍କ ନେତୃତ୍ୱରେ ରାସ୍ତାକୁ ଓହ୍ଲାଇଥିଲେ । ଏହି ରାଲି ଘଟଗାଁ ତହସିଲ୍ ଛକ ଠାରୁ ଆରମ୍ଭ କରି ଘଟଗାଁ ବଜାର ଦେଇ ବ୍ଲକ୍ ଅଭିମୁଖେ ଜାଇଥିଲେ । ବ୍ଲକ୍ ସମ୍ମୁଖ ରେ କିଛି ସମୟ କେନ୍ଦ୍ର ସରକାରଙ୍କ ବିରୋରେ ସ୍ଲୋଗାନ୍ ଦେଇ ଇନ୍ଧନ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧିକୁ ପ୍ରତିବାଦ କରିବା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଘଟଗାଁ ବିଡିଓ ନାରାୟଣ ସାହୁଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ