ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

ଭୁବନେଶ୍ୱର,  (ଯୁଗାବ୍ଦ ନ୍ୟୁଜ) : ପ୍ରଥମ ଭାଷା ଭିତିକ ରାଜ୍ୟ ଓଡ଼ିଶାରେ ମାତୃଭାଷା ଓଡ଼ିଆରେ ସମସ୍ତ ସରକାରୀ କାର୍ଯ୍ୟ ହେବାପାଇଁ 1954 ମସିହାରେ ଭାଷା ଆଇନ ,1956 ମସିହାରେ ନିଶା ନିବାରଣ  ଆଇନ ଭଳି ବହୁ ଗୁରୁତ୍ୱପୂର୍ଣ ଆଇନ ପ୍ରଣୟନ କରିବା ସହିତ ଜଣେ ଗାନ୍ଧିବାଦୀ ଭାବେ ନୀତିନିଷ୍ଠ ବ୍ୟକ୍ତିତ୍ୱଭାବେ ଓଡ଼ିଶାର ପୁର ପଲ୍ଲୀରେ ପରିଚିତ | ଭାଷା ଆନ୍ଦୋଳନ , ଓଡିଶା ତାଙ୍କରି ଦ୍ୱାରା ପ୍ରଣୀତ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ସହିତ ନିୟମାବଳୀ ପ୍ରଣୟନ କରି ଓଡ଼ିଶାରେ ଓଡ଼ିଆରେ ଶାସନ ପାଇଁ ଦଣ୍ଡବିଧାନ ବିଧି ବ୍ୟବସ୍ଥା କରିବା ପାଇଁ ତାଙ୍କରି ପ୍ରତିମୁର୍ତି ସମ୍ମୁଖରୁ ପ୍ରତୀକାତ୍ମକ 878 ଦିନ ଧରି କଳାପତାକା ଅଭିଯାନ କରିବା ଫଳରେ  ସଂଶୋଧିତ ଆଇନ ସହ ନିୟମାବଳୀ ପ୍ରଣୟନ କରିଥିଲେ ଓଡିଶା ସରକାର | ଏହି ପ୍ରେକ୍ଷାପଟ୍ଟରେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ ଭାଷା ଆନ୍ଦୋଳନ , ଓଡିଶା ତରଫରୁ ଅଲେଖ ଜେନା , ସାରଦା ପ୍ରସାଦ ମହାପାତ୍ର , ନବ କିଶୋର ପ୍ରଧାନ , ନିରଞ୍ଜନ ସାହୁ ,ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କ ସମେତ ଭାଷା ଆନ୍ଦୋଳନ , ଓଡ଼ିଶାର ଆବାହକ ପବିତ୍ର ମହାରଥା କୋଟି କୋଟି ପ୍ରଣାମ ସହ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି  | ବନ୍ଦେ ଉତ୍କଳ ଜନନୀ – ଭାଷା ଆନ୍ଦୋଳନ , ଓଡିଶା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ