ବିକଶିତ ଭାରତ କୁଇଜ୍ ପ୍ରତିଯୋଗିତା

କଟକ (ଓ୍ବାଇଏନଏସ): ଦେଶର ଯୁବ ପିଢୀଙ୍କ ମଧ୍ୟରେ ନେତୃତ୍ୱ, ସୃଜନଶୀଳତା,ନବସୃଜନ ଓ ରାଷ୍ଟ ନିର୍ମାଣ ପ୍ରତି ଦାୟିତ୍ଵବୋଧ ବିକାଶିତ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ଦ୍ଵାରା ଜାତୀୟ ସ୍ତରରେ ଯୁବପିଢୀଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଏହି କ୍ରମରେ କଟକ ଜିଲ୍ଲା ପ୍ରଶାସନ ଓ ମାଇଁ ଭାରତ କଟକ ସହଯୋଗରେ ଜିଲ୍ଲାର ବିଭିନ୍ନ କଲେଜ, ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ ଦ୍ଵାରା ଭାଗନେବା ପାଇଁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିପାଇଁ ନୋଡାଲ ସଂସ୍ଥା ଭାବରେ ମାଇଁ ଭାରତ ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ଭୂମିକା ନେଇଥିବା ଜଣାପଡିଛି। ଉକ୍ତ କାର୍ଯ୍ୟକ୍ରମ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୧୫ରୁ ୨୯ ବର୍ଷ ପର୍ଯ୍ୟନ୍ତ ଯୁବପିଢୀ ଭାଗନେଇ ପାରିବେ। ସମସ୍ତ ପ୍ରତିଯୋଗୀ ଅନଲାଇନ ମାଧ୍ୟମରେ ପ୍ରମାଣପତ୍ର ପାଇପାରିବେ। ଏଥିପାଇଁ ଅଂଶ ଗ୍ରହଣ କରିପାରିବେ। କୃତି ପ୍ରତିଯୋଗୀ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଯୋଡ଼ି ହେବାସହ ଜାତୀୟ ସ୍ତରରେ ଯୁବପିଢୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଏହାର ପରବର୍ତ୍ତୀ ବିକାଶିତ ଭାରତ ରଚନା ଲେଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର ସମସ୍ତ ଯୁବପିଢୀ ଅଂଶଗ୍ରହଣ ନିମନ୍ତେ ମାଇଁ ଭାରତ କଟକର ଯୁବ ଅଧିକାରୀ ରୋଶନ କୁମାର ସୂଚନା ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ