ରସାୟନ ବିଜ୍ଞାନ ବିଭାଗର ହସ୍ତବିଶୋଧକ ପ୍ରସ୍ତୁତି ଓ ବୀତରଣ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସମ୍ପ୍ରସାରିତ କାର୍ଯ୍ୟକ୍ରମ ଉପଲକ୍ଷେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ମିଳିତ ପ୍ରଚେଷ୍ଟାରେ ହସ୍ତବିଶୋଧକ ପ୍ରସ୍ତୁତ କରାଯାଇଥିଲା । ଏହି ପ୍ରସ୍ତୁତ ସାମଗ୍ରୀର ଆବଣ୍ଟନ ପାଇଁ କୁସୁନପୁରସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ରଭାବେ ଚୟନ କରାଯାଇଥିଲା । ରସାୟନ ବିଭାଗର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଓ ଉପାଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରା । ରସାୟନ ବିଜ୍ଞାନ ବିଭାଗର ସମସ୍ତ ସଦସ୍ୟ ଓ +୩ ଦ୍ୱିତୀୟ ବର୍ଷର ଛାତ୍ରମାନେ ସେଠାରେ ହାତ ବିଶୋଧନ ସହ ପୂର୍ବାହ୍ନ ୧୧ଟାରେ ପହଞ୍ଚିଥିଲେ । ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା । ବିଭାଗର ବରିଷ୍ଠ ପ୍ରାଧ୍ୟାପକ ଡଃ. ପ୍ରମୋଦ କୁମାର ଦାସ କରୋନାର ଭୟାବହତା ଓ ହାତଧୁଆର ଉପଯୋଗିତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ଅନ୍ୟତମ ଅତିଥି ପ୍ରାଧ୍ୟାପକ ତପନ କୁମାର ପତି ରୋଗପ୍ରତିରୋଧ ପାଇଁ ସଚେତନତାର ଜରୁରୀ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ଅଧ୍ୟାପକ ଡଃ. ଗିରିଜା ପ୍ରସାଦ ମିଶ୍ର ପ୍ରସ୍ତୁତ ବିଶୋଧକର ଉପାଦାନ ଓ ବ୍ୟବହାରରେ ସତର୍କତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ । ବିଭାଗୀୟ ମୁଖ୍ୟ ଡଃ. ଦେବେନ୍ଦ୍ର ନାଥ ଗୋଛାୟତ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ପ୍ରଧାନଶିକ୍ଷକଙ୍କ ସକ୍ରିୟ ସହଯୋଗ ପାଇଁ ସାଧୁବାଦ ଜ୍ଞାପନ କରିଥିଲେ । ଦୀର୍ଘ ୨ଘଣ୍ଟା ଧରି ଶତାଧିକ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ପ୍ରସ୍ତୁତ ହ୍ୟାଣ୍ଡ ସାନିଟାଇଜରକୁ ବଣ୍ଟନ କରିଥିଲେ ଅଧ୍ୟାପକ ବିନ୍ଦୁସାଗର ସାହୁ, ଅଧ୍ୟାପିକା ନିରୂପମା ପରିଡା, ସସ୍ମିତା ସାହୁ, ବିଜ୍ଞାନାଗାର ସହାୟକ ନିର୍ମଳ କୁମାର ମହାପାତ୍ର, ପ୍ରଦୀପ ସାହୁ, କର୍ମଚାରୀ କରୁଣାକର ସାହୁ, ଚଳନ ରାୟ ଏବଂ ରୁନି ମେକାପ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ