ରାଇରଙ୍ଗପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲୌହମାନବୀ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୪ ତମ ଜନ୍ମ ଦିବସ ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁରରେ ପାଳିତ ହୋଇଯାଇଛି । ଏହି ଅଵସରରେ ରାଇରଙ୍ଗପୁର ମ୍ଯୁନସିପାଲଟି ମାର୍କେଟ ଭିତରେ ସ୍ଥାପିତ ଥିବା ଈନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ୱର୍ଗତ ଈନ୍ଦିରା ଗାନ୍ଧୀଙ୍କ ଯୋଗୁଁ ଭାରତ ବିଶ୍ବର ଏକ ଅଗ୍ରଗାମୀ ଦେଶ ରୂପେ ଉଭା ହୋଇଥିଲା । ତାଙ୍କର ଦୃଢ ଶାସନ ସମୟରେ ପାକିସ୍ତାନଠାରୁ ବାଂଲାଦେଶ ଅଲଗା ଦେଶ ଗଠିତ ହୋଇଥିଲା । ଦେଶରେ ବ୍ୟାଙ୍କ ଜାତୀୟକରଣ ହୋଇଥିଲା । ଏହି ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପୂର୍ବତନ କଂଗ୍ରେସ ବିଧାୟକ ଶ୍ୟାମ ଚରଣ ହାଁସଦାଃ, ବସନ୍ତ ପଟନାୟକ, ବାବୁ ମହାନ୍ତି, ଭଜହରି ମହାନ୍ତ ଋବଂ ବହୁ ଦଳୀୟ ଖର୍ମି ସାମିଲ ହୋଇଥିଲେ । କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ସମସ୍ତେ ନିଷ୍ପତି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ