ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ଲୋଇଜ୍ ୟୂନିୟନର ବାର୍ଷିକ ସାଧାରଣ ଅଧିବେଶନ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ନେସ୍କୋ ଡିଭିଜନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ପୂର୍ବାହ୍ନରେ ଓଡ଼ିଶାର ଅଗ୍ରଣୀ ବିଦ୍ୟୁତ୍ ଶ୍ରମିକ ସଂଘ ‘ନେସ୍କୋ ପାଓ୍ବାର ଏମ୍ଲୋଇଜ୍ ୟୂନିୟନ’ ରାଇରଙ୍ଗପୁର ଶାଖାର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଘର ବରିଷ୍ଠ ଅବସରପ୍ରାପ୍ତ ସଦସ୍ୟ ହରିହର ଦାସଙ୍କ ସଭାପତିତ୍ବରେ ଅଧିବେସନରେ ମୁଖ୍ୟ ଅତିଥି ସଂଘ ସଂପାଦକ ତାରାକାନ୍ତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ ଦ୍ବାରା ଶୁଭାରମ୍ଭ ହୋଇଥିଲା । ସ୍ବତନ୍ତ୍ର ଅତିଥି ଭାବେ ସଂଘର,ସହ ସାଧାରଣ ସମ୍ପାଦକ ଜ୍ଯୋତିକୃଷ୍ନ ବେହେରା, ଉପସଭାପତି ଆର୍ତ୍ତବନ୍ଧୁ ବିଶ୍ବାଳ, ଡିଭିଜନ ସଂପାଦକ ରାମଦୁଲାଲ ରାୟ,ସତ୍ୟ ନାରାୟଣ ବେହେରା, ଶଶାଙ୍କ ବେହେରା ,ରବିନ୍ଦ୍ର ବେଳା,ଅଶ୍ବିନୀ ପଣ୍ଡା , ପର୍ଯ୍ୟବେକ୍ଷକ ଦେବାଶିଷ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।ଏହି ସଭାରେ ମୁଖ୍ୟତଃ କର୍ମଚାରୀଙ୍କ ସମସ୍ୟା ଓ ଗ୍ରାହକ ମାନଙ୍କୁ ଉତ୍ତମ ସେବା ପ୍ରଦାନ ଉପରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । କର୍ମଚାରୀ ମାନେ କିଭଳି ଫିଲ୍ମରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦୁଃଖର ସହ ଉପସ୍ଥାପନ କରିଥିଲେ ।ସଂଘ ତରଫରୁ ଆଲୋଚନା କରାଯାଇଥିବା ଦାବି ଗୁଡ଼ିକ ହେଲା ଲାଇନ ମେନ୍ ପୋଷ୍ଟ ଖାଲିଥିଲେ ମଧ୍ୟ ପୂରଣ କରାଯିବ ନ ଯିବା,ପ୍ରୋମୋସନ ଦିଆ ନ ଯିବା,ଇନ୍ସେନଟିଭ ମାସ ମାସ ଧରି ଦିଆ ନ ଯିବା,ଅଭାବୀ କର୍ମଚାରୀ ପଦ ପୂରଣ ନ କରିବା, କାର୍ଯ୍ୟରେ ବିଦ୍ୟୁତ୍ ସରଞ୍ଜାମ ବର୍ଷ ବର୍ଷ ଧରି ନ ଦେବା ଯଥା -ଫ୍ଯୁଜ୍ ତାର କଟ ଆଉଟ୍,ଛବି ସୁଇଚ,ହେଣ୍ଡ ଗ୍ଲୋଭସ,ଇନସୁଲେଟର,ଡିସଚାର୍ଜ ରଡ଼,,ଦଉଡ଼ି,ଷ୍ଟେଟ, ଜୁନିଅର ଟେକ୍ନିସିଆନଙ୍କ ବର୍ଷିକିଆ ଏରିଏର ନ ଦେବା,ଅଧିକ ସମୟ କାମ ପାଇଁ ଦରମା ,ଛୁଟି ଏରିୟର ବିଲ୍ ନ ଦେବା ଇତ୍ୟାଦି । ଏଥିପାଇଁ ଏକ ଦାବିପତ୍ର ନେସ୍କୋ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା ।ଯଦି ନେସ୍କୋ କତୃପକ୍ଷ ତୁରନ୍ତ ଦାବି ଗୁଡ଼ିକ ପ୍ରତି ବିଚାରକୁ ନେଇ ସମାଧାନ ନ କରନ୍ତି ଆଗାମୀ ଦିନରେ ସଂଘ ତରଫରୁ ତିବ୍ର ଆନ୍ଦୋଳନ କରାଯିବ ସେଥିପାଇଁ ନେସ୍କୋ କତୃପକ୍ଷ ଦାୟୀ ରହିବେ । କାର୍ଯ୍ୟକ୍ରମରେ ସମସ୍ତେ ସଂଘ ପଛରେ ରହିବାକୁ ଏବଂ ନିଜର ହକ୍ ପାଇଁ ସଂଗ୍ରାମୀ ଲଢେଇରେ ସାମିଲ ହେବାକୁ ଅନୁରୋଧ କରାଯାଇଥିଲା ।ଏହି ସଭାରେ ସତ୍ଯ ରଂଜନ ପାଣିଗ୍ରାହୀ, ବିଜୟକୃଷ୍ଣ ମାଇତି,ଦୀପକ ମହାନ୍ତ, ଶୁଶାନ୍ତ ବଗାଳ, ଜଗନ୍ନାଥ ମହାକୁଡ଼,ଜ୍ୟୋତି ପ୍ରକାଶ ପଣ୍ଡା, ଦେବାଶିଷ ସାହୁ,ଜ୍ଯୋତିଲାଲ ବିଶ୍ବାଳ,ତପନ ପାତ୍ର, ରାଜେନ୍ଦ୍ର ମହାନ୍ତି,ଅମୀୟ ସ୍ବାଇଁ, ଚନ୍ଦନ ରାଉତ,ବୀର ସିଂ ମାର୍ଣ୍ଡୀ, ଇନ୍ଦ୍ରଜିତ ସାହୁ,ଲମ୍ବୋଦର ମହାନ୍ତ,ହରେରାମ ଗିରି,ମାନସ ପାତ୍ର,ଦିନେଶ ଗୁପ୍ତା,ପ୍ରବୀର ମହାପାତ୍ର , କାଶୀନାଥ ମହାନ୍ତ ପ୍ରମୁଖ ଜିଲ୍ଲାର ବିଭିନ୍ନ ଡିଭିଜନ ରୁ ୨୫୦ ରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ ।


