ବୁଗୁଡ଼ାରେ ଜୈବିକ ଖତ ବିତରଣର ଶୁଭାରମ୍ଭ

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରତିଦିନ ସଂଗୃହିତ ଆବର୍ଜନାରୁ ଜୈବିକ କମ୍ପୋଷ୍ଟ ପ୍ରକ୍ରିୟାକରଣ କେନ୍ଦ୍ରରୁ ନିର୍ମିତ ହେଇଥିବା ଜୈବିକ ଖତ ବିତରଣ କାର୍ଯ୍ୟକ୍ରମ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଫେବୃଆରୀ ୧୦ ତାରିଖ ଦିନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଯୋଗଦେଇ ଜୈବିକ ଖତ ବଣ୍ଟନ କରିଥିଲେ। ଏହି ଜୈବିକ ଖତ କିଲୋ ପିଛା ୨୦ ଟଙ୍କା ହିସାବରେ ବିକ୍ରି କରାଯିବ ବୋଲି ଜଣାପଡିଛି । ଏହା ଦ୍ୱାରା ଅଞ୍ଚଳର କୃଷକମାନେ ନିଜ କ୍ଷେତପାଇଁ ରାସାୟନିକ ସାର ପରିବର୍ତ୍ତେ ଏହି ଜୈବିକ ଖତ ବ୍ୟବହାର କଲେ ଜମିର ଉର୍ବରତ୍ତା ବଜାୟ ରହିପାରିବ । ଏଥି ସହିତ ସହରର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନ ନିଜ ଫୁଲ ବଗିଚାରେ ମଧ୍ୟ ଏହି ଜୈବିକ ଖତ ବ୍ୟବହାର କରିପାରିବେ ଯାହାକି ପକେଟରେ ପ୍ୟାକିଙ୍ଗ ହୋଇ ବିକ୍ରି ହେଉଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ