ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୭୫ ତମ ସ୍ବାଧୀନତା ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ସଂଘ ତରଫରୁ ୭୫ ତଥ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।ଏଥିରେ ଓକିଲ ସଂଘର ସଭାପତି ଅକ୍ଷୟ ମହାନ୍ତି ପତକା ଉତ୍ତୋଳନ କରିଥିଲେ ।ସଂପାଦକ ମନୋଜ ଦାସ ସ୍ବାଧୀନତା ପାଇଁ ମହାପୁରୁଷ ମାନଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ ।ଓକିଲ ସଂଘ କାର୍ଯ୍ଯାଳୟରେ ଦିର୍ଘବର୍ଷ କାର୍ଯ୍ଯ କରିଥିବା ବରିଷ୍ଠ ସଦସ୍ଯ ପ୍ରତାପ ମହାନ୍ତଙ୍କୁ ଓକିଲ ସଂଘ ତରଫୁରୁ ପୁଷ୍ପଗୁଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ମଧୁବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ଯ ଦିଆଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।ଏହି କାର୍ଯ୍ଯକ୍ରମରେ ବର୍ଷିଆନ ଓକିଲ ରସାନନ୍ଦ ଲେଙ୍କା,ପ୍ରଭାଷ କବି,ଜୀମୂତକଵି, ଉପସଭାପତି ମନୋଜ ଦାସ,ସଂଜୀବ ରାମ,ରାମେଶ୍ବର ଅଧିକାରୀଙ୍କ ସମେତ ବହୁ ଓକିଲ ଯୋଗ ଦେଇଥିଲେ ।


