ରାଇରଙ୍ଗପୁର କୋର୍ଟରେ ଇ- ଲାଇବ୍ରେରୀ ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଜି ଓଡ଼ିଶାର ବିଭିନ୍ନ କୋର୍ଟରେ ୪୩ ଟି ଇ-ଲାଇବ୍ରେରୀ ସୁପ୍ରିମକୋର୍ଟର ଜଷ୍ଟିସ କେ ଏମ ଯୋଶେଫ ଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ ଏସ ମୁରଲିଧର ଏବଂ ଅନ୍ୟ ଜଜ୍ ମାନେ ଉପସ୍ଥିତ ଥିଲେ ।ଓଡ଼ିଶାର ୪୩ ଟି ଇ-ଲାଇବ୍ରେରୀ ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର,ଉଦଳା ଏବଂ କରଞ୍ଜିଆ କୋର୍ଟର ଲାଇବ୍ରେରୀ ଉଦଘାଟିତ ।ଆଜି ଅପରାହ୍ନ ୫ ଘଟିକା ସମୟରେ ସୁପ୍ରିମକୋର୍ଟ ଜଷ୍ଟିସ କେ ଏମ ଜଷ୍ଟିସ ଭାର୍ଚୁଆଲମୋଡରେ ଉଦଘାଟିତ କରିଥିଲେ । ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ,ଏସଡିଜିଏମ ସିଦ୍ଧାର୍ଥ ଶଙ୍କର ସେନାପତି,ସବ ଜଜ୍ ସ୍ମୃତି ସ୍ନିଗ୍ଧା ଦାସ, ଜେଏମଏଫସି ଅଭିଷେକ ପୃଥାଳ ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ଗୋପୀନାଥ ମାରାଣ୍ଡି, ସରକାରୀ ଓକିଲ ପଙ୍କଜ ଦାସ,ଅର୍ଚ୍ଚନା ଦତ୍ତ, ଲକ୍ଷ୍ମୀ ମହାନ୍ତି,ନିୟତି ମହାନ୍ତି, ସୁକାନ୍ତ ବାରିକ,ଗୌରୀ ଦତ୍ତ, ରାମେଶ୍ବର ଅଧିକାରୀ, ରାଜେନ୍ଦ୍ର ରାମ,ସସ୍ମିତା ଦତ୍ତ ,ଲିପି ଗିରି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ପାଠାଗାର ହେଉଛି ଜ୍ଞାନର ଗନ୍ତାଘର । ସାଂପ୍ରତିକ ପରିସ୍ଥିତିରେ ଯାହା ପାଖରେ ଯେତେ ସୂଚନା ଅଛି ସେ ସେତେ ଜ୍ଞାନୀ ।ଓକିଲ ମାନଙ୍କୁ ଏହି ଇ- ପାଠାଗାର ବହୁତ ଜ୍ଞାନ ଆରୋହଣ ଏବଂ ସୂଚନା ପାଇଁ ସାହାଯ୍ୟ କରିବ । ଡିଜିଟାଲ ଯୁଗ ସହିତ ସମସ୍ତେ ତାଳ ଦେବା ଉଚିତ ।ଇ-ପାଠାଗାରରେ ସୁପ୍ରିମକୋର୍ଟର ସମସ୍ତ ପ୍ରକାର ଡିସିସନ ଏବଂ ହାଇକୋର୍ଟର ସମସ୍ତ ପ୍ରକାର ଡିସିସନ ଏଠାରେ ଉପଲବ୍ଧ ହେବ ।ଯାହାକି ଜଣେ ଓକିଲ ସୂଚନା ପାଇ ନିଜର ମହକିଲକୁ ସହଯୋଗ କରିପାରିବେ ।କାର୍ଯ୍ୟକ୍ରମରେ କୋର୍ଟର କର୍ମଚାରୀ ରାଜ୍ୟ ମାନସ ବେହେରା,ପେସ୍କାର ମଙ୍ଗଲ ସୋରେନ,କମଳେଶ ବଳ, ସନ୍ତୋଷ ମହାନ୍ତ,, ବଟକୃଷ୍ଣ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ