ରାଇରଙ୍ଗପୁର ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଗକୁ ସାଧାରଣ ନିର୍ବାଚନ ଆସନ୍ନ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ରଣାଙ୍ଗନରେ ବର୍ତ୍ତି ହେବାପାଇଁ ନିଜର ରଣ କୌଶଳ ପ୍ରସ୍ତୁତି କରୁଛନ୍ତି । ସଂଗଠନକୁ ମଜଭୁତ ଓ ସୁଦୃଢ କରିବା ପାଇଁ ସମସ୍ତେ ଵ୍ଯଗ୍ର । ରାଇରଙ୍ଗପୁରସ୍ଥ ଯାତ୍ରୀ ନିବାସ ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ଶ୍ରୀ ସନାତନ ମୁଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ୍,ସଚିବ ଶ୍ରୀ ଦୁବରାଜ ନାଗ, କେନ୍ଦ୍ରୀୟ କମିଟି ସଦସ୍ୟ ପବନ କୁମାର, ବରିଷ୍ଠ ଝାମୁମୋ ନେତା ଦିଲିପ ଦାସ,ସାଲୁ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ, ନାରୀ ନେତ୍ରୀ ଆଦାରାଣୀ ମାଝୀ, ଜିଲ୍ଲା ସଂପାଦକ ସେକ ଅବଦୁଲ ମାନାନ, ରଣଜିତ ବାସ୍କେ, ସରୋଜିନୀ ମୁର୍ମୁ ,ସୁନ୍ଦର ମୋହନ ହାଁସଦା, ସନ୍ତୋଷ ମୁର୍ମୁ,ଧୀରେନ ମାର୍ଣ୍ଡୀ,ସୁରିଷ ମୁର୍ମୁ,ଭାଗବତ ହାଁସଦା,ମାଇଷା ସୋରେନ,ଯାଦବ ବାରିକ,ମଙ୍ଗଲ ମୁର୍ମୁ ,ଯଶବନ୍ତ ବାରିକଙ୍କ ସମେତ ବହୁ ସାଂଗଠନିକ ନେତୃବୃନ୍ଦ ଉପସ୍ଥିତ ଥିଲେ ।ଜିଲ୍ଲାର ସାଂଗଠନିକ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।ଆଗାମି ନିର୍ବାଚନରେ ଦଳ କିଭଳି ନିର୍ବାଚନ ରେ ଲଢି ବିଜୟ ହାସଲ କରିବ ସେଥିପାଇଁ କଣ ‘କ’ଣ ପଦକ୍ଷେପ ନେବ ତାହା ଆଲୋଚନା କରାଯାଇଥିଲା ।ଶେଷରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଜନୀ ସୋରେନ୍ ଆଦିବାସୀ ସାନ୍ତାଳୀ,ମୁଣ୍ଡା,ମୁଣ୍ଡାରୀ ଭାଷାରେ ସରକାରଙ୍କ ଦ୍ବାରା ଦିର୍ଘ ୧୫ ବର୍ଷ ହେଲା ନିୟୋଜିତ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ଠିକ୍ ଭାବରେ ଦରମା ପ୍ରଦାନ କରୁ ନ ଥିବାରୁ ଦିର୍ଘ ୨୧ ଦିନ ହେଲା ସେମାନେ ରାଇରଙ୍ଗପୁର ରୁ ଭୂବନେଶ୍ବର ପଦଯାତ୍ରାରରେ ଚାଲିଛନ୍ତି । ସେମାନଙ୍କ ପ୍ରତି ପକ୍ଷପାତିତା,ଅନ୍ୟାୟ,ଅଣଦେଖା ଓ ପାତ୍ର ଅନ୍ତର କରୁଛନ୍ତି ।ସେମାନଙ୍କ ସମସ୍ୟା ପ୍ରତି ଗୁରୁତ୍ବ ଦିଆଯାଇ ଅନ୍ୟ ଶିକ୍ଷକଙ୍କ ଭଳି ଦରମା ପ୍ରଦାନ କରନ୍ତୁ ।ଦରମା ଟାଳଟୁଳ ନୀତି ଯୋଗୁଁ ଆସନ୍ତା କାଲି ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ସ୍ଥାନୀୟ ମୁର୍ମୁ ଛକରେ ଦଳ ତରଫରୁ ଦାହ କରାଯିବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ