ରାଇରଙ୍ଗପୁର ରୋଟାରୀ କ୍ଲବ ର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ସାରା ବିଶ୍ୱରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରୋଟାରୀ କ୍ଲବର ସେବା ମୂଳକଷ କାର୍ଯ୍ୟ ପାଇଁ ଖ୍ୟାତି ଅବର୍ଣ୍ଣନୀୟ ।ସୁନାମିହେଉ,କରୋନା ହେଉ,ଯୁଦ୍ଧ ବିଭୀଷିକା ହେଉ ,ବାତ୍ଯା ବିପର୍ଯ୍ୟୟ ହେଉ,ଦୁଖୀରଙ୍କୀଙ୍କ ସେବାପାଇଁ ଚିର ପ୍ରଶଂସନୀୟ ।ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ରୋଟାରୀ କ୍ଲବ୍ ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ସ୍ଥାନୀୟ ପାଢିଆ ଧର୍ମଶାଳାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରୋଟାରୀ କ୍ଲବ ସଭାପତି ରୋଟାରୀଆନ କାଳୀ ପ୍ରସନ୍ନ ମହାନ୍ତି ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ପୋଲିସ ପ୍ରଶାସକ ରତିକାନ୍ତ ଗିରି ଯୋଗ ଦେଇ ରାଇରଙ୍ଗପୁର କେକ୍ କାଟି ଶୁଭ ଉଦ୍ଘାଟନ କରିଥିଲେ । ଉପଦେଷ୍ଟା ରୋଟାରୀଆନ ନିରଜ ପଣ୍ଡା ସମାଜ ସେବା କ୍ଷେତ୍ରରେ ରାଇରଙ୍ଗପୁର ରୋଟାରୀ କ୍ଲବର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ ।ଅସହାୟ,ଅବଳା,ପିଡିତା, ଅବହେଳିତ ଲୋକଙ୍କ ଦୁଃଖରେ ସବୁବେଳେ ରୋଟାରୀ କ୍ଲବ ସହାୟତା ର ହାତ ବଢ଼ାଇଛି ।ଏ ଅଞ୍ଚଳର ଶିକ୍ଷାର ବିକାଶ, ପାନୀୟ ଜଳ ରକଳ୍ପ ଗରୀବ ଙ୍କ ବିକାଶ ଓ ଅସହାୟଙ୍କ ସହାୟତା ପାଇଁ ରୋଟାରୀ କ୍ଲବ୍ ସବୁବେଳେ ସାହାଯ୍ୟର ହାତ ବଢାଇବ ବୋଲି କହିଥିଲେ । ମୁଖ୍ୟ ଅତିଥି ରୋଟାରୀ କ୍ଲବର ସାମାଜିକ ସେବା କାର୍ଯ୍ଯକ୍ରମର ଭୁରି ପ୍ରଶଂସା କରିଥିଲେ ।ପରେ ରୋଟାରୀ କ୍ଲବ ତରଫରୁ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ବିଦ୍ୟାଳୟର ସଭାପତି ରବୀନ୍ଦ୍ର ପଟ୍ଟନାୟକଙ୍କୁ ଏକ କମ୍ପ୍ୟୁଟର ମୁଖ୍ୟ ଅତିଥି ଏସଡିପିଓ ରତିକାନ୍ତ ଗିରି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅରବିନ୍ଦ ବାଗାଡିଆ, ବିଷ୍ଣୁ ପ୍ରସାଦ ଜେନା,ବିକାଶ ଭୂତ,ତାରା ପ୍ରସାଦ ଅଗ୍ରଓ୍ବାଲ, ବାସୁଦେବ ପାଲ ବିବେକ ପାହାଡି, ଗୌରୀ ସାରଡା,ସୁଜିତ ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


