ରାଇରଙ୍ଗପୁର ଷ୍ଟାଡ଼ିୟମରେ ୭୭ ତମ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଷ୍ଟାଡ଼ିୟମ ଠାରେ ବାମନଘାଟୀ ଉପଖଣ୍ଡସ୍ଥରୀୟ ୭୭ ତମ ସ୍ବାଧୀନତା ଦିବସ ପାଳିତ ନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ଗୋକୁଳାନନ୍ଦ ସାହୁ ଯୋଗଦେଇଥିଲେ । ପ୍ଯାରେଡ୍ ପଡିଆରେ ମୋଟ ୨୬ ଗୋଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ଯାରେଡ୍ ପ୍ରତିଯୋଗିରେ ଅଂଶଗ୍ରହଣ କରିଥିଲେ । ସେଥି ମଧ୍ୟରୁ ମହାବିଦ୍ୟାଳୟ ସ୍ତରରେ ରାଇରଙ୍ଗପୁର ମହାବିଦ୍ୟାଳୟ ଓ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ର ଏନ୍ ସି ସି,ଆର୍ମୀ,ସ୍କାଉଟ୍, ଗାଇଡ୍, ରେଡକ୍ରସ, ସିଭିଲ୍ , ପ୍ରମୁଖ ସାମିଲ୍ ଥିଲେ।ମୁଖ୍ୟ ଅତିଥି ଉପଖଣ୍ଡ ଉପ ଜିଲ୍ଲାପାଳ ଜାତୀୟ ପତାକା ୯ ଟା ୧୫ ମିନିଟ୍ ଉତ୍ତୋଳନ କରିଥିଲେ।ଜାତୀୟ ସଂଗୀତ ରାଇରଙ୍ଗପୁର ଏସ ଏସ ଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ର ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ।ପରେ ମୁଖ୍ୟ ଅତିଥି ପ୍ଯାରେଡ୍ ପରିଦର୍ଶନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଦେଶ ପ୍ରେମ ଓ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ର ବଳିଦାନ କଥା କହିଥିଲେ।ଯେଉଁ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ବଳିଦାନରେ ଆଜି ଆମେ ସ୍ବାଧୀନତା ପାଇଛୁ ତାଙ୍କୁ ମନେ ପକାଇବା ସମସ୍ତଙ୍କର ଦାୟିତ୍ବ ରହିଛି। ପେରେଡ୍ ପ୍ରତିଯୋଗିରେ କୃତିତ୍ବ ଅର୍ଜନ କରିଥିବା ଓ ପୂର୍ବ ନିର୍ଦ୍ଧାରିତ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ବ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ। ୭୭ ତମ୍ ଉପଖଣ୍ଡସ୍ଥରୀୟ ସ୍ବାଧୀନତା ଦିବସ ଶାନ୍ତି ପୂର୍ଣ୍ଣ ଭାବରେ ସମାପନ ହୋଇଥିବାରୁ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଅଧିକାରୀ ବିଭାଗ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।


