ସ୍ବର୍ଗତ ଜିତୁ ପଟ୍ଟନାୟକଙ୍କ ୧୧ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଯୁବ ସମାଜସେବୀ ସ୍ଵର୍ଗତ ଜିତୁ ପଟ୍ଟନାୟକଙ୍କ ୧୧ ତମ ପୂଣ୍ଯତିଥି ସ୍ବର୍ଗତ ଜୀତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ସ୍ବର୍ଗତ ଜିତୁ ପଟ୍ଟନାୟକ ଜଣେ, ଶିକ୍ଷାବିତ ସମାଜସେବୀ,ପରୋପକାରୀ ,ଦକ୍ଷ ସଂଗଠକ, ମିଷ୍ଟଭାଷୀ,ସାମାଜିକ କର୍ମୀ, ହୃଦୟବାନ ବ୍ୟକ୍ତି,ଦରଦୀ ମଣିଷ ଥିଲେ ।ସେ ବହୁ ସାମାଜିକ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ ।ଜାମଦା ବ୍ଳକର ଶହୀଦ ଵୀର୍ସା ମୁଣ୍ଡା କଲେଜର ଅଧ୍ୟକ୍ଷ ଥିଲେ । ଗୋରୁମହିଷାଣୀ ସମେତ ଯେକୌଣସି ଲୋକ ଯେତେବେଳେ ଯିଏ ଅସୁବିଧାରେ ପଡନ୍ତି ତାଙ୍କୁ ତାଙ୍କ ସାମର୍ଥ୍ୟ ଅନୁସାରେ ସହାୟତା ଦେଇଥାଆନ୍ତି ।ଖୁବ୍ କମ୍ ସମୟ ମଧ୍ୟରେ ସେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ । ତାଙ୍କର ସ୍ମୃତି କୁ ଉଜ୍ଜୀଵୀତରଖିବା ପାଇଁ ତାଙ୍କ ଦୁଇପୁତ୍ର ଓ ସାନଭାଇ ସେମାନଙ୍କ ସାଙ୍ଗସାଥୀଙ୍କୁ ନେଇ “ସ୍ବର୍ଗତ ଜୀତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ”ଗଠନ କରିଛନ୍ତି ।ଏହି ଟ୍ରଷ୍ଟ ଦ୍ଵାରା ରକ୍ତଦାନ ଶିବିର,ଅସହାୟ ଲୋକଙ୍କୁ ସହାୟତା,ଦୁର୍ଗମ ଅଂଚଳରେ ଗରୀବ ଗୁରୁଵାଙ୍କୁ କମ୍ବଳ ବଣ୍ଟନ,ଅନାଥ ପିଲାମାନଙ୍କୁ ଜୋତା,ସାର୍ଟ,ପେଣ୍ଟ,ଖାତା,ବହି ବଣ୍ଟନ,ପୋଲିସ ତଳେ ଦିନ କାଟୁଥିବା ଲୋକଙ୍କୁ ସହାୟତା ପାଇଁ ଅର୍ଥ,ଗରୀବ ଗୁରୁବାର ବୁଢ଼ାବୁଢ଼ୀ ଙ୍କୁ ଶାଢ଼ୀ,ଲୁଙ୍ଗି ବଣ୍ଟନ କରିବା ସହିତ ଗରିବ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ସାହାଯ୍ୟ କରି ଆସୁଛନ୍ତି ।୧୧ ତମ ପୂଣ୍ଯତିଥିରେ ଅନାଥ ପିଲାମାନଙ୍କୁ ରୋଷେଇ କରି ଖୁଆଇବା, ସେମାନଙ୍କ ଗହଣରେ କିଛି ସମୟ ବିତାଇବା ସମେତସେମାନଙ୍କୁ ଜୋତା,ପୋଷାକ ,ଚାଦର ବଣ୍ଟନ କରାଯାଇଥିଲା । ଏଥିରେ ଜିତୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟର ଉପଦେଷ୍ଟା ତଥା ସାନଭାଇ ବିଶିଷ୍ଟ ସାମ୍ବାଦିକ ସୁଜିତ ପଟ୍ଟନାୟକ,ବଡ଼ ପୁଅ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ,ସାନପୁଅ ଅଭିଳାଷ ପଟ୍ଟନାୟକ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ବିକାଶ ମହାନ୍ତ ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଚିନ୍ତାମଣି ଗିରି,ଅମନ ଶର୍ମା,ଟୁଲୁ ପଟ୍ଟନାୟକ, ରଶ୍ମିତ ମହାନ୍ତି,ଧୂମା ମହାକୁଡ଼,ସଞ୍ଜୟ ଟୁଟି, ଜଗନ୍ନାଥ ଘଣ୍ଟାର, ପଙ୍କଜ ପାଟବନ୍ଧା, ଆଦି ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ