ରାଇରଙ୍ଗପୁର ସମିତି କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ’ ମାଣ୍ଡିଆ ଦିବସ ‘ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମାଣ୍ଡିଆ ଆଦିବାସୀ ସଂସ୍କୃତି ସହିତ ଜଡିତ। ମାଣ୍ଡିଆକୁ ପୁଷ୍ଟିଷସ୍ଯ ଖାଦ୍ୟ ଭାବେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏଥିରେ ପ୍ରଚୁର ମାତ୍ରାରେ ପୁଷ୍ଟିସାର,ଜୀବନିକା,ଖଣିଜ ଲବଣ,, ଲୌହ, କ୍ୟାଲସିୟମ,ତନ୍ତୁ ଆଦି ରହିଛି ।ଏହି ଶସ୍ଯରେ ନିମ୍ନ ଗ୍ଲାଇସେମିକ ସୂଚକାଙ୍କ ଓ ଗ୍ଲୁଟେନମୁକ୍ତ ଗୁଣଯୋଗୁଁ କର୍କଟ ରୋଗ, ରକ୍ତହୀନତା, ଭିଟାମିନ -ବିର ଅଭାବ,ମଧୁମେହ ଜନିତ ସମସ୍ୟା ଇତ୍ୟାଦିର ଆଶଙ୍କାକୁ କମାଇବା ସହ ଏହାର ନିରାକରଣରେ ସାହାଯ୍ୟ କରିଥାଏ ।ଶରୀରରେ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ।ଅସ୍ଥି ମଜଭୁତ କରିବା ସହ ଶରୀରର ଓଜନ କମାଇବାରେ ସାହାଯ୍ୟ କରେ, କ୍ଷତିକାରକ କୋଲେଷ୍ଟର କମାଇବା, ହୃଦଘାତର ଭୟ କମ ଥାଏ ।ଏହା ହେଉଛି ଶରୀରର ‘ପୌଷ୍ଟିକ ତାର ଶକ୍ତିକେନ୍ଦ୍ର ‘ ବୋଲି କୁହାଯାଉଛି ।୨୦୩୦ ସୁଦ୍ଧା ସମଗ୍ର ବିଶ୍ବକୁ କ୍ଷୁଧାମୁକ୍ତ କରିବାକୁ ନେଇଥିବା ଜାତିସଂଘ ନିଷ୍ପତ୍ତିକୁ ରାଜ୍ୟ ଓ କେନ୍ଦ୍ର ସରକାର ମାନି ଜାତୀୟ ଖାଦ୍ଯ ନିରାପତ୍ତା ମିଶନ ମାଧ୍ୟମରେ ପୁଷ୍ଟି ଶସ୍ଯ ଚାଷର ଓ ଖାଦ୍ୟ ରୂପେ ବହୁଳ ଲୋକାଭିମୁଖୀ ଯୋଜନା ନେଇଛନ୍ତି ।ଶିଶୁର ପୁଷ୍ଟିହୀନତା ଦୂରୀକରଣ, ପରିବାରର ଖାଦ୍ୟ ତଥା ପୌଷ୍ଟିକ ନିରାପତ୍ତା, ଏବଂ ଆର୍ଥିକ ସ୍ବାବଲମ୍ବୀ ଶୀଳତା ହାସଲ ପାଇଁ ଏହି ପୁଷ୍ଟିଶସ୍ଯର ଭୂମିକା ଅନ୍ୟତମ ଅଟେ । ମାଣ୍ଡିଆ ଚାଷ ଓଡ଼ିଶାର ସଂସ୍କୃତି ସହିତ ଜଡିତ।ଏହାର ସ୍ବାସ୍ଥ୍ୟଗତ ଉପାଦେୟତା,ଏହି ଚାଷର ଜଳବାୟୁ ସହିଷ୍ନୁତା କାରଣରୁ ‌ ରାଜ୍ୟର କ୍ଷୁଦ୍ର‌ ଓ ନାମମାତ୍ର ଚାଷୀଙ୍କୁ ସଶକ୍ତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ । ଏହି ମାଣ୍ଡିଆ ଚାଷର ଉପକାରିତାକୁ ନେଇ ଭାରତ ବର୍ଷରେ ଓଡ଼ିଶା ପ୍ରଥମ କରି ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ (ପୁଷ୍ଟିଶସ୍ଯ) ଦିବସ ରୂପେ ଘୋଷଣା କରିଛନ୍ତି । ସମଗ୍ର ଓଡ଼ିଶାର ସମସ୍ତ ବ୍ଳକରେ ମାଣ୍ଡିଆ ଦିବସ ପାଳନ କରାଯାଉଛି । ପ୍ରତିବର୍ଷ ନଭେମ୍ବର ୧୦ କୁ ମାଣ୍ଡିଆ ଦିବସ ରୂପେ ପାଳନ ପାଇଁ ରାଜ୍ୟ ସରକାର ନୀତି ନିର୍ଦ୍ଧାରଣ କରିଛନ୍ତି । ଏଥିପାଇଁ ମାସ୍କଟ’ମିଲି’ ଆବିର୍ଭାବ ହୋଇଛି ।ଏହା ସମସ୍ତଙ୍କ ରୋଷେଇ ଘରେ ପ୍ରେରଣାଦାୟୀ’ ମିଲି’ ପୁଷ୍ଟି ଶସ୍ୟ ପହଞ୍ଚାଇବାରେ ସହଯୋଗ କରିବ । ରାଇରଙ୍ଗପୁର ବ୍ଳକରେ Ngo ଆଇଆରଡିଏମଏସ (IRDMS)ମାଧ୍ଯମରେ ୯୦ ହେକ୍ଟରରୁ ଉର୍ଦ୍ଧ୍ବ ମାଣ୍ଡିଆ ଚାଷ କରାଯାଇଛି ।ଚାଷୀମାନଙ୍କୁ ୫ ବର୍ଷ ପାଇଁ ହେକ୍ଟର ପିଛା ୨୬ ହଜାର ୫ ଶହ ଟଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଜି ବ୍ଳକ ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇଆରଡିଏମସ୍ ଆନୁକୁଲ୍ୟରେ ମାଣ୍ଡିଆ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥିବୃନ୍ଦ ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ,ବିଡ଼ିଓ ସାଗର ଚନ୍ଦ୍ର ମୁର୍ମୁ , ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ,ବ୍ଳକ କୃଷି ଅଧିକାରୀ ପ୍ରଦୀପ ପ୍ରସାଦ ଦାସ,ସିଡିପିଓ ଚମ୍ପାମଣି ମୁର୍ମୁ,,ବ୍ଳକ ମିଶନ ଶକ୍ତି ସଂଯୋଜିକା ସ୍ବର୍ଣପ୍ରିୟା ସାହୁ,ମିଲେଟ ବ୍ଳକ ସଂଯୋଜକ ଅଜୟ ପାତ୍ର,ସହ ସଂଯୋଜିକା ଖୁସୁବୁ ପାଲ,ରଂଜିତା ଲେଙ୍କା, ସ୍ବୟଂ ସହାୟିକା ଗୋଷ୍ଠୀ ସଦସ୍ୟ ବୃନ୍ଦ , ଅଙ୍ଗନବାଡ଼ି କର୍ମି,ମିଶନ ଶକ୍ତି ମହିଳାବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ । ଅତିଥି ବୃନ୍ଦ ଖାଦ୍ୟ ସମସ୍ୟା ଦୂର କରିବା,ମାଣ୍ଡିଆ ଚାଷ କରି ଅଧିକ ଲାଭବାନ ହେବା ,ନିଜର ଶରୀର,ପରିବାରର,ଓ ସମାଜକୁ ସୁସ୍ଥ ରଖିବାରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟର ଅବଦାନ ଅବର୍ଣ୍ଣନୀୟ ଓ ଅତୁଳନୀୟ ।ଏହି ପରିପ୍ରେକ୍ଷୀରେ ନଭେମ୍ବର ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ମିଲେଟ ରଥ ଗାଁ କୁ ଗାଁ ବୁଲି ମାଣ୍ଡିଆ ସଂକ୍ରାନ୍ତୀୟ ସଚେତନତା ବାର୍ତ୍ତା ଦେଉଛି ।ତଦସହ ତାମଳବନ୍ଧ ପ୍ରତିଜ୍ଞା ସ୍ଵୟଂ ସହାୟିକା ଗୋଷ୍ଠୀ ଦ୍ବାରା ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ପ୍ରଦର୍ଶିତ ହୋଇଥିଲା ।ଏହି ଖାଦ୍ୟ ମେଳାରେ ଆରିଶା,ଲଡୁ,ଵୁନ୍ଦିଆ,ଚା,ମୁଆଁ ପିଠା, ଆଳୁଚପ,ଭୁଆଁ ଖିରି, ବରା,ନିମିକି,ପକୁଡ଼ି, ପ୍ରଭୃତି ସୁସ୍ଵାଦୁ ଶୁଷ୍କ ଖାଦ୍ଯ ଷ୍ଟଲ ଥିଲା । ଉପସ୍ଥିତ ଅତିଥି ସମେତ ଖାଦ୍ୟ ଯୋଗାଇ ବହୁ ପ୍ରଶଂସା କରିଥିଲେ ।ଶେଷରେ ମିଲେଟ ବ୍ଳକ ସଂଯୋଜକ ଅଜୟ ପାତ୍ର ମାଣ୍ଡିଆ ଦିବସରେ ସମସ୍ତେ ଉପସ୍ଥିତ ରହି ସଫଳ କରାଇଥିବାରୁ କୃତଜ୍ଞତା ଜଣାଇଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଶୈଳେଶ ପ୍ରଧାନ,କୂଷକ ସାଥୀ ସୁଗଦା ମାଝୀ, ପରମେଶ୍ବର ମାଝୀ,ଡମାନ ମାଝୀ,ତପନ ମହାନ୍ତ,ପବନ ସୋରେନ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ