ରାଇରଙ୍ଗପୁର ହାଇସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ସ୍ଥାନୀୟ ରାଇରଙ୍ଗପୁର ହାଇସ୍କୁଲ ପ୍ରାଙ୍ଗଣରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ନନ୍ଦ ଙ୍କ ସଭାପତିତ୍ବରେ ସାମୂହିକ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଅଛି ।ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଧାନ ଶିକ୍ଷକ ତଥା ବି.ଇ.ଓ କୁସୁମୀ କପିଳେନ୍ଦ୍ର ଦାସ ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ଦିଲ୍ଲୀପ କୁମାର ମହାନ୍ତି ଯୋଗଦାନ କରିଥିଲେ ।ଉକ୍ତ ବିଦ୍ୟାଳୟରୁ ଅବସରର ଗ୍ରହଣ କରିଥିବା ବିଜ୍ଞାନ ଶିକ୍ଷକ ମନ୍ମଥ କୁମାର ବେହେରା, ପଦୋନ୍ନତି ପାଇ ପ୍ରଧାନ ଶିକ୍ଷକ ହୋଇ ଥିବା ବରିଷ୍ଠ ଶିକ୍ଷକ ରଞ୍ଜନ କୁମାର ମହାନ୍ତ,ଗୌରୀଶଙ୍କର ମହାନ୍ତ, ହେମନ୍ତ କୁମାର ମହାନ୍ତ, ଦମୟନ୍ତି ମହାନ୍ତି,ରବୀନ୍ଦ୍ର ତିୟୁ ଏବଂ ବଦଳି ହୋଇ ଅନ୍ୟତ୍ର ଯାଇଥିବା ସଂସ୍କୃତ ଶିକ୍ଷୟିତ୍ରୀ ନିରୂପମା ମାଲ ,ବିଦ୍ୟାଳୟ କର୍ମଚାରୀ ସୌମ୍ଯ ରଞ୍ଜନ ମହାନ୍ତ,ଏବଂ ବିଦ୍ୟାଳୟର ପୂର୍ବତନ ବିଜ୍ଞାନ ଶିକ୍ଷକ ତଥା ପଦୋନ୍ନତି ପାଇ ଗୋରୁମହିଷାଣୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେଯୋଗ ଦେଇଥିବା ସ୍ବର୍ଗତଃ ଲକ୍ଷ୍ମଣ କୁମାର ମାର୍ଣ୍ଣି ଙ୍କ ଧର୍ମପତ୍ନୀ ସୁଚିତ୍ରା ସୋରେନ୍ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ର ମାନଙ୍କ ସହ ଶିକ୍ଷକ ଯଶୋବନ୍ତ ମହାନ୍ତ, ଉଦୟଭାନୁ ପ୍ରଧାନ, ଉମାକାନ୍ତ ବେହେରା ପ୍ରମୁଖ ବିଦାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗୁଣାବଳୀ ରୋମନ୍ଥନ କରିବା ସହ ଅତୀତର ଅନେକ କଥାକୁ ସ୍ମରଣ କରିଥିଲେ ।ଅନୁରୂପ ଭାବେ ବିଦାୟୀ ପ୍ରତିଭା ମାନେ ମଧ୍ଯ ଛାତ୍ର ମାନଙ୍କୁ ମହନୀୟ ହୋଇ ଜୀବନକୁ ଗଢିତୋଳିବାକୁ ପରାମର୍ଶ ଦେଇଥିଲେ ।ଉକ୍ତକାର୍ଯ୍ୟକ୍ରମରେ ବିଦ୍ୟାଳୟରଶିକ୍ଷକ ବିଜନ କୁମାର ମହାନ୍ତ, ବିଜୟ ମାଝୀ, ସୁନୀଲ ବିଶ୍ବାଳ , କାରୁ ହେମ୍ଭ୍ରମ, ସଞ୍ଜିବ କୁମାର ଟିପିରିଆ, ଧୀରେନ୍ ମହାନ୍ତ, ଶିକ୍ଷୟିତ୍ରୀ ମଧୁସ୍ମିତା ଗିରି,ସ୍ବାଗତିକା ମହାପାତ୍ର, ନମ୍ରତା ବଳ,ପ୍ରିୟଦର୍ଶନୀ ମିଶ୍ର, ଗୁଡିଗୌରୀ ମାଝୀ ,ଜୟନ୍ତୀ ନାଏକ,ଚନ୍ଦ୍ରକାନ୍ତା ହାଁସଦାଃ,ନିବେଦିତା ନାୟକ, ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ ।ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଅପର୍ଣ୍ଣା ମାଇତି ଧନ୍ଯବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ