ରାଜାଙ୍କ ପରେ କାହାର ପାଳି, ଲୋଡିଂ ଏଜେନ୍ସି ଆରମ୍ଭରୁ ଆର୍ଥିକ ଅନୀମୟତତା ର ତଦନ୍ତ ଦାବୀ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଜିଲାର ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋ ଅପରେଟିଭ ସୋସାଇଟି ରେ ୩୫ କୋଟି ଟଙ୍କାର ଆର୍ଥିକ ଅନୀୟମତତା ଅଭିଯୋଗରେ ବିଜେଡି ନେତା ସୋ÷÷ମ୍ୟ ଶଙ୍କର ଚକ୍ର ଓରଫ ରାଜା ଚକ୍ର ଙ୍କ ଗିରଫ ପରେ ମଧ୍ୟ ବିବାଦ ଥମୁନାହିଁ । ରାଜା ଏକ ମହରା ଥିଲେ । କିନ୍ତୁ ତାଙ୍କ ପଛରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ବହୁ ନେତା ଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଆସୁଥିବା ବେଳେ ଏହି ଘଟଣାରେ ଜଡିତ ଥିବା ଜିଲା ରେଜଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି ( ଡିଆରସିଏସ), ତତକାଳିନ ଜିଲାପାଳ, ଏସପି ସମେତ ରାଜ୍ୟ ରେଜଷ୍ଟ୍ରାର ଅଫ କୋ ଅପରେଟିଭ ସୋସାଇଟି ( ଆରସିଏସ), ଏଆରସିଏସ ଙ୍କ ବିରୁଦ୍ଧରେ ତଦନ୍ତ କରିକାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।ଏହିସୋସାଇଟିରେ ବ୍ୟାପକ ଦୁର୍ନିତି ଓ ଆର୍ଥିକ ଅନୀମୟତତା ସହିତ କୋ ଅପରେଟିଭ ଆଇନର ଉଲଘଂନ କରାଯାଇଥିବା ନେଇ ବିଭିନ୍ନ ସମସୟରେ ଅଭିଯୋଗ ହୋଇଆସିଥିଲା । ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ସମେତ ୭ ଟି ଅଭିଯୋଗ୨୦୨୧ ମସିହାରେ ହୋଇଥିଲା । ଏହାକୁ ନେଇ ପରବର୍ତୀ ସମୟରେ ଅଡିଟ ମଧ୍ୟ କରାଯାଇଥିଲା । ଅଡିଟ ରିପୋର୍ଟ ରେ ଆର୍ଥିକ ଅନୀୟମତତା ହୋଇଥିବା ଜଣାପଡିଥିଲା ଏବଂ ଏନେଇ ଉକ୍ତ ଅର୍ଥ ଆଦାୟ କରିବ ସହ କାର୍ଯ୍ୟାନୁଷ୍ଠା ନ ଦାବୀ କରାଯାଇଥିଲା । ତେବେ ସେ ସମୟରେ କେନ୍ଦୁଝର ଡିଆରସିଏସ, ଜିଲାପାଳ ତଥା ଏସପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋଡିଂ ଏଜେନ୍ସି ଉପରେ ରୋକ ଲଗାଯାଇଥିଲେ ଆଜି ଏଭଳି ପରିସ୍ଥିତି ଉପୁଜିନଥାନ୍ତା । ସେହିପରି ସେ ସମୟରେ ସମବାୟ ବିଭାଗର ଜଣେ ଅଧିକାରୀ ଙ୍କ ବଦଳି କୁ ନ କରି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରାଯାଇ ପୁନଃ ଅବସ୍ଥାପିତ କରାଯାଇଥିବାରୁ ଏହା ପଛରେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧି ସମେତ ବଡ ବଡ ନେତାଙ୍କ ସଂପୃକ୍ତି ଙ୍କ ପ୍ରଛଦ ଆଶୀର୍ବାଦ ରହିଥିଲା ବୋଲି ଅଭିଯୋଗ ହେଉଛି । ଏହି ଏଜେନ୍ସିରୁ ବହୁ ନେତା ଓ ମନ୍ତ୍ରୀ ଙ୍କ ପକେଟ ଗରମ ହେଉଥିଲା । ଏଣୁ ଲୋଡିଂ ଏଜେନ୍ସି କାର୍ଯ୍ୟକ୍ଷମ ହେବା ଆରମ୍ଭ ରୁ ତଦନ୍ତ କରାଗଲେ ବହୁ ବଡ ବଡ ନେତା, ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ ଙ୍କ ମୁଖା ଖୋଲିଯିବ ବୋଲି ପୂର୍ବତନ ବିଧାୟକ ସୁବର୍ଣ ନାୟକ ମତବ୍ୟକ୍ତ କରି ତଦନ୍ତ କରିବାକୁ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଏହାକୁ ନେଇ ଆଜି କେତେକ ସାମାଜିକ କର୍ମୀ ଆଜି ଅତିରକ୍ତ ଡିଜି ସିଆଇଡି (କ୍ରାଇମ ବ୍ରାଂଚ ଅପେନ୍ସ ଓିଙ୍ଗ) କଟକ ନିକଟରେ ଏକ ଅଭିଯୋଗ ପତ୍ର ଦାଖଲ କରି ବହୁ ଗୁରୁତ୍ୱ ପୂର୍ଣ ତଥ୍ୟ ସୂଚନା ଦେବା ସହ ତଦନ୍ତ କରିବାକୁ ଦାବୀ କରିଛନ୍ତି । ଏହି ଏଜେନ୍ସିରେ ଆର୍ଥିକ ଅନୀୟମତତା ୨୦୦ କୋଟି ରୁ ଅଧିକ ହେବ । ଜାଲ ଓ ମିଥ୍ୟା ଦସ୍ତାବିଜ ରେ ଦୁର୍ନିତି କରାଯାଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଲୋଡିଂ ଏଜେନ୍ସ ଓ ସୋସାଇଟି କେନ୍ଦୁଝର ସହକାରୀ ସମବାୟ ନିବନ୍ଧକ ଙ୍କ ଅଧୀନରେ ଚାଲିଥିଲା । ଏହାକୁ ନେଇ ବିଭିନ୍ନ ସମୟରେ ଡିଆରସିଏସ, ଜାତୀୟ ଏସଟି/ଏସସି କମିଶନ ସମେତ ଅନ୍ୟ ଅଧିକାରୀ ଙ୍କ ନିକଟରେ ଅଭିଯୋଗ ହୋଇ ଆସିଥିଲା । ତେବେ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଥିବା ସମବାୟ ବିଭାଗର ବାବୁ ମାନେ ଏନେଇ କୋ÷÷ଣସି ପଦକ୍ଷେପ ଗ୍ରହଣ କରିନଥିବା ବରଂ ବେଆଇନ କାମ ଚାଲି ଆସିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ୨୦୨୨ ମସିହାରେ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ପ୍ରଦିପ ମହାନ୍ତି ଙ୍କ ଏକ ଅଭିଯୋଗ କ୍ରମେ ହୋଇଥିବା ସ୍ୱତନ୍ତ୍ର ଅଡିଟରେ ୧୧,୮୨,୩୨୩ ଟଙ୍କା ହେରଫେର ହୋଇଥିବା ସୂଚନା ଦିଆଯାଇଥିଲା । ତେବେ ଏତେ କମ ଅର୍ଥ ର ଅଡିଟ ରିପୋର୍ଟ ରେ ବାହାରିବା ନେଇ ଅଡିଟ କରିଥିବା ଟିମ ଙ୍କ କାର୍ଯ୍ୟକଳାପ କୁ ନେଇ ସନେ୍ଦହ ସୃଷ୍ଟି କରିଛି । ଇଓଡବ୍ଲ୍ୟୁ ପ୍ରାଥମିକ ତଦନ୍ତରେ ୩୫ କୋଟି ଟଙ୍କା ହେରଫେର ହୋଇଥିବା ଜାଣିବାକୁ ପାଇଥିବା ବେଳେ ୨୦୧୭ ରୁ ୨୦୨୨ ମଧ୍ୟରେ ଏହି ଦୁର୍ନିତି ପରିମାଣ ୨୦୦ କୋଟି ରୁ ଉଦ୍ଧ୍ୱର୍ ବୋଲି ଆାକଳନ କରାଯାଇଛି । ତତକାଳିନ ଜିଲାପାଳ ଆଶିଷ ଠାକରେ ଏବଂ ଏସପି ମିତ୍ରଭାନୁ ମହାପାତ୍ର ପ୍ରତିବାଦ କରୁଥିବା ଲୋକଙ୍କ ଭୟଭୀତ କରି ରାଜା ଓ ରାଜାଙ୍କୁ କାରବାର କୁ ସୁରକ୍ଷା ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଣୁ ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବୀ କରିଛନ୍ତି । ସେହିପରି ବିଧାୟକ ବଦ୍ରୀ ପାତ୍ର ଙ୍କ ରାଜା ତଥା ତତକାଳିନ ଜିଲାପାଳ ଏସପି ଙ୍କ ବିରୁଦ୍ଧରେ କରିଥିବା ବିଷଦଗାର କୁ ମଧ୍ୟ ଉଲ୍ଲେଖ କରିଛନ୍ତି । ସେହିପରି ରାଜା କୁ ସମର୍ଥନ କରି ଚୁପ ବସିଥିବା ଗନ୍ଧମାର୍ଦ୍ଦନ ଖଣି ର ପରିଚାଳନା କରୁଥିବା ଓଏମସି ର ଆଂଚଳିକ ପରିଚାଳକ ଓ ଅନ୍ୟ କର୍ମଚାରୀ ଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ଦାବୀ କରିଛନ୍ତି । ଅଭିଯୋଗ କରିଥିବା ସାମାଜିକ କର୍ମୀ ମାନେ ହେଲେ ପ୍ରତାପ ଚନ୍ଦ୍ର ମହାନ୍ତି, ସୁଧିର ମହାନ୍ତି, ଶଶୀ ଭୂଷଣ ପଟ୍ଟନାୟକ, ମନରଂଜନ ସାହୁ, ଶ୍ରିକାନ୍ତ ପାକଳ ସମେତ ଏହି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।


