ରାଜ୍ୟରେ ଆଉ ୬୩ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୪, ବାଲେଶ୍ୱରରେ ୩, ଖୋର୍ଦ୍ଧାରେ ୧୨, କଟକରେ ୩, ପୁରୀରେ ୧, ନୟାଗଡ଼ରେ ୭, ବଲାଙ୍ଗୀରରେ ୬, ଜଗତସିଂହପୁରରେ ୧୧, ସୁନ୍ଦରଗଡ଼ରେ ୨, ମୟୂରଭଞ୍ଜରେ ୧, ଢେଙ୍କାନାଳରେ ୯, ସମ୍ବଲପୁର, କୋରାପୁଟ, ଝାରସୁଗୁଡ଼ା ଓ ନବରଙ୍ଗପୁରରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୮୮୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୮୨୭ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ଅପରପକ୍ଷରେ ୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ରାଜ୍ୟରେ କରୋନା ମୁକାବିଲାରେ କରୋନା ଯୋଦ୍ଧାମାନଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି । ସେମାନଙ୍କ ସମ୍ମାନରେ ଶନିବାର ସନ୍ଧ୍ୟା ସାଢେ଼ ୫ଟାରେ ଓଡ଼ିଆମାନେ ବନ୍ଦେ ଉତ୍କଳ ଜନନୀ ଗାୟନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।


