ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ରକୁ ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ ପରିଦର୍ଶନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ):: ମେ ୨୬ ତାରିଖରୁ ପରୀକ୍ଷା ମୂଲ୍ୟାଙ୍କନ କେନ୍ଦ୍ରରେ ଶୃଙ୍ଖଳା ସହିତ କୋବିଡ୧୯ କୁ କଡାକଡି ଭାବରେ ପାଳନ କରାଯାଇଥାଏ କବିତା ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ଚାଲୁଛି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ମୂଲ୍ୟାଙ୍କନ ଚାଲୁଅଛି । ଗୁରୁବାର ଦିନ ମୟୂରଭଞ୍ଜ ବିଇଓ ପ୍ରଦୋଷ କୁମାର ନାଏକ ରାଇରଙ୍ଗପୁର ମୂଲ୍ୟାଙ୍କନ କେନ୍ଦ୍ର ପରିଦର୍ଶନ କରିବା ସହ ସଙବିଧା ଅସୁବିଧା ରାଇରଙ୍ଗପୁର ବିଈଓଙ୍କ ପାଖରୁ ବୁଝିଥିଲେ ।ପରେ ରାଜ୍ୟ ଶିକ୍ଷକ ସଂଘ ପତ୍ରିକା ଶିକ୍ଷା ପ୍ରଦୀପ ସହ ସଂପାଦକ ଜ୍ଞାନ ରଂଜନ ପାଣିଗ୍ରାହୀ,ଓଷ୍ଟା ଜିଲ୍ଲା ସଂପାଦକ ଦୁର୍ଯୋଧନ ବେହେରା,ବହଳଦା ବ୍ଲକର ସଂପାଦକ ପ୍ରକାଶ ନାୟକ ପ୍ରମୁଖ ମୂଲ୍ୟାଙ୍କନ ନେଇ ବିଭିନ୍ନ ଅସୁବିଧା ଡିଇଓଙ୍କ ସହ ଆଲୋଚନା କରିଥିଲେ ଓ କିଛିଟା ସମାଧାନ କରାଯାଇଥିଲା ।ପରେ ବିଇଓ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାନିଟାଗଜେସନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୂଲ୍ୟାଙ୍କନ କେନ୍ଦ୍ର ତତ୍ବାବଧାରକ ରଂଜନ ମହାନ୍ତ,କେମ୍ପ ଅଫିସର ବୃନ୍ଦାବନ ତିରିଆ,ଏବିଇଓ କାର୍ତ୍ତିକ କାରୁଆ, ଶିକ୍ଷକ ରଂଜନ ନନ୍ଦ,ଜେଆରସିଓ ସ୍ମୃତି ରଂଜନ ପାଣି, ହେମନ୍ତ ପ୍ରଧାନ,ଉଦୟ ଭାନୁ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


