ରାଜ୍ୟରେ ଆଜି ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର, (ୱାଇଏନ୍ଏସ୍): ରାଜ୍ୟରେ ଆଜି ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କଟକରୁ ସର୍ବାଧିକ ୧୭ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ଜଗତସିଂହପୁର ଜିଲାରେ ୧୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ଢେଙ୍କାନାଳରେ ୯, ଖୋର୍ଦ୍ଧାରେ ୮ ଓ ଯାଜପୁରରେ ୬ ଜଣଙ୍କର ମୃତ୍ୟୁ ଘଟିଛି। କେନ୍ଦ୍ରାପଡା ଜିଲାରେ ୪, ବାଲେଶ୍ୱରରେ ୩ ଓ ପୁରୀରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଦିନକ ମଧ୍ୟରେ ଭଦ୍ରକ, ଝାରସୁଗୁଡା, କେନ୍ଦୁଝର ଓ ରାୟଗଡା ଜିଲାରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୪୨୬କୁ ବୃଦ୍ଧିପାଇଛି।


