ମହିଳା ଓ ମତ୍ସ୍ୟଜିବିଙ୍କ ହାତରେ ରାକ୍ଷୀ ବାନ୍ଧି ସଚେତନ କଲା ଓଲି

ନିମାପଡା ( ସନ୍ତୋଷ ଦାଶ ) ରବିବାର ଥିଲା ପବିତ୍ର ଶ୍ରାବଣ ମାସ ର ପୂର୍ଣ୍ଣିମା ତିଥି ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା l ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ତାର ସୁରକ୍ଷା ଦାବି କରିବା ପରି ପରମ୍ପରା ରହିଆସିଛି ଆମ ଓଡ଼ିଆ ସଂସ୍କୃତି ରେ l ପ୍ରତି ଓଡ଼ିଆ ଘରେ ଏହା ଉତ୍ସବ ପାଲଟି ଥାଏ l ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର କେଳୁଣୀମୁହାଁଣ ନିକଟସ୍ଥ କେଉଟ ଜଙ୍ଗl ଗ୍ରାମରେ ଏକ ନିଆରା ଢଙ୍ଗ ରେ ରାକ୍ଷୀବନ୍ଧନ ଉତ୍ସବ ପାଳିତ ହୋଇଥିଲା l ଓଡିଶା ପର୍ଯ୍ୟlବରଣ ସଂରକ୍ଷଣ ଅଭିଯାନ ସଂଗଠନ ପକ୍ଷରୁ ଓଲି ମାସ୍କଟ ପିନ୍ଧି କେଉଟ ଜଙ୍ଗl ଗାଁ ଓ ସମୁଦ୍ର ତଟବର୍ତ୍ତୀ ଗାଁ ଗୁଡିକ ର ପୁରୁଷ ଓ ମହିଳା ମସ୍ଚ୍ୟଜିବୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସଚେତନ କରିଥିଲା l ନଦୀ ପ୍ରଦ୍ୟୁଷଣ ର କାରଣ, ମଣିଷ ସଭ୍ୟତା ଉପରେ ଏହାର କୁ ପ୍ରଭାବ, ଏହାର ନିରାକରଣ, ଉପକୂଳ ଅଞ୍ଚଳ ର ସୁରକ୍ଷାକବଚ ଲୁଣାଜଙ୍ଗଲ (ହେନ୍ତାଳବଣ )ର ଆବଶ୍ୟକତା ଓ ଏହାର ସୁରକ୍ଷା କରିବା ଦିଗରେ ଓଲି ଗ୍ରାମବାସୀ ମାନଙ୍କୁ ସଚେତନ କରି ଥିଲା l ଏହି କାର୍ଯ୍ୟକ୍ରମ କୁ ରାଜ୍ୟ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂର କ୍ଷଣ ପୁରସ୍କାର ପ୍ରାପ୍ତ ସାମାଜିକ କର୍ମୀ ବିଚିତ୍ରାନନ୍ଦ ବିଶ୍ୱାଳ, ଓପିଏସଏ (ଓପ୍ ସା ) ର ପରିଚାଳନା ଟ୍ରଷ୍ଟି ଯୁବ ସାମାଜିକ କର୍ମୀ ସୌମ୍ୟରଞ୍ଜନ ବିଶ୍ୱାଳ, ଶିବପ୍ରସାଦ ମଲ୍ଲିକ ପ୍ରମୁଖ ଏହି ନିଆରା ଉତ୍ସବ କୁ ପରିଚାଳନା କରିଥିଲେ l ସାମାଜିକକର୍ମୀ ଙ୍କ ଏହି ମହତ କାର୍ଯ୍ୟ କୁ ସବୁ ମହଲ ରେ ପ୍ରଶଂସା କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ