ରାଜ୍ୟ ମହିଳା ଆୟୋଗରେ କନ୍ଧମାଳର ଝିଅ ପୁରସ୍କୃତ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ସନ୍ଧ୍ୟାରାଣୀ ବେହେରା ରାଜ୍ୟ ମହିଳା ଆୟୋଗ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସନ୍ଧ୍ୟାରାଣୀ ବର୍ତ୍ତମାନ ରେଲୱେ ପୁଲିସରେ କନଷ୍ଟେବଳ ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଅଛନ୍ତି । ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୮ତମ ବାର୍ଷିକ ଉତ୍ସବ ଅବସରରେ ମହିଳା ଆୟୋଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କୁ ସେମାନଙ୍କ ନିଃସ୍ୱାର୍ଥପର ସେବା ପାଇଁ ସମ୍ମାନୀତ କରାଯାଇଥିଲା । ଏଥି ମଧ୍ୟରେ କନ୍ଧମାଳ ଜିଲ୍ଲାର ଝିଅ ପୁରସ୍କୃତ ହୋଇ ଜିଲ୍ଲାକୁ ଗୌରବ ଆଣିଛନ୍ତି। ବିଭିନ୍ନ ଅନୁଷ୍ଠାନ ସହିତ ସମ୍ପୃକ୍ତ ରହି ମହିଳାମାନଙ୍କ ଅଧିକାର ସମ୍ପର୍କରେ ସାମାଜିକ ସଚେତନତା ସୃଷ୍ଟି କରି ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସଂଧ୍ୟାରାଣୀ ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି । କରୋନା ମହାମାରୀ ସମୟରେ ମହିଳାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କୁ ସ୍ୱ-ରୋଜଗାରକ୍ଷମ କରି ସେମାନଙ୍କ ଭିତରେ ଆତ୍ମବଳ ପ୍ରତିଷ୍ଠା କରିପାରିଛନ୍ତି ସଂଧ୍ୟା । ମହିଳାମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ତାଙ୍କ ଉଦ୍ୟମ ସ୍ୱାଗତଯୋଗ୍ୟ ବୋଲି ଏ ଅବସରରେ ଅତିଥିମାନେ ପ୍ରକାଶ କରିଥିଲେ । ନିଃସ୍ୱାର୍ଥପର ସେବା, ଅସହାୟ ମହିଳାଙ୍କୁ ସାହାରା ଦେବା, ମହିଳାମାନଙ୍କ ମନରେ ସାହସିକତା ଜାଗ୍ରତ କରିବା ଏବଂ ଗୃହିଣୀମାନଙ୍କ ମୁହଁରେ ହସ ଫୁଟେଇବା ଭଳି କାର୍ଯ୍ୟକୁ ଓଡ଼ିଶାରାଜ୍ୟ ମହିଳା ଆୟୋଗ ସ୍ୱାଗତ କରି ଚଳିତ ବର୍ଷର ବାର୍ଷିକ ଉତ୍ସବରେ ସମ୍ମାନିତ କରି ଗୌରବ ଅନୁଭବ କରୁଛି ବୋଲି ଆୟୋଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ