ଧାରାଶ୍ରୀରାଧା ମହୋତ୍ସବର ଅନ୍ତିମ ସନ୍ଧ୍ୟା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶା ଆର୍ଟ ଆଣ୍ଡ କଲ୍‌ଚର ଫାଉଣ୍ଡେସନ (ଓଏସିଏଫ୍‌) ପଘରୁ କବି ମଙ୍ଗଳା ପ୍ରସାଦ ପ୍ରଧାନଙ୍କ ରଚିତ ‘ଧାରାଶ୍ରୀରାଧା’ କାବ୍ୟକୁ ଆଧାର କରି ଏକ ଚାରିଦିନିଆ ମହୋତ୍ସବର ଅନ୍ତିମ ସନ୍ଧ୍ୟାର କାର୍ଯ୍ୟକ୍ରମ ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଶେଷ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ଓ ନିର୍ବାହୀ ଲୋପାମୁଦ୍ରା ପ୍ରଧାନ ନାୟକ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ପ୍ରଫେସର ଅଜୟ କୁମାର ସ୍ୱାଇଁ, ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଡ଼. ରାମହରି ଦାସ, ପ୍ରଫେସର ତପନ କୁମାର ଗାନ୍ଧୀ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଡ. ଦିଲ୍ଳୀ ଶ୍ରୀଚନ୍ଦନ, ଚିତ୍ରଶିଳ୍ପୀ ବଳଦେବ ମହାରଥା ପ୍ରମୁଖ ବରେଣ୍ୟ ଅତିଥିବୃନ୍ଦ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବର ଉଦ୍ଦେଶ୍ୟ ଓ ଗାରିମା ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଜ୍ଞ କେ. ରାମାରାଓ ପାତ୍ର, ନୃତ୍ୟଗୁରୁ ଭାଗିରଥୀ ମହାପାତ୍ର, ଗୁରୁ ନିରଞ୍ଜନ ପାତ୍ର, ପଣ୍ଡିତ ସୁରେନ୍ଦ୍ରନାଥ ଛୋଟରାୟ, ନାଟ୍ୟ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ରାଉତରାୟ ଓ ସାଧ୍ୱୀକା ହେମଲତା ତ୍ରିପାଠୀଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ପରେ ଗୁରୁ ନିମାକାନ୍ତ ରାଉତରାୟ ଓ ଶ୍ରୀମତୀ ସଙ୍ଗୀତାଞ୍ଜଳି ନନ୍ଦ, ଅନୁଜାତାରିଣୀ ମିଶ୍ର ଓ ସନୋଲି ମହାପାତ୍ର, ସୃଷ୍ଟିସ୍ୱରୂପା ଓ ବିଜୟଲକ୍ଷ୍ମୀ ଦ୍ୱୈତ ସଙ୍ଗୀତ ପରିବେଷଣ କରିଥିଲେ । ତା’ପରେ ନୃତ୍ୟୁଗୁରୁ ଭାଗିରଥୀ ମହାପାତ୍ର, ଶ୍ରୀମତୀ ଦିବ୍ୟାଶ୍ରୀ ପଣ୍ଡା ଓ ନୃତ୍ୟନୈବେଦ୍ୟ ଅନୁଷ୍ଠାନର ଗୁରୁ ପ୍ରଭାତ କୁମାର ସ୍ୱାଇଁ ଓ ମୈତ୍ରୀ ମାହେଶ୍ୱରୀ ଧାରାଶ୍ରୀରାଧା କାବ୍ୟର ବିଭିନ୍ନ ପ୍ରବନ୍ଧ ଉପରେ ନୃତ୍ୟ ପରିବେଷଣ କରିଥିଲେ । ଶ୍ରୀମାନ ଅଂଶୁମାନ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ