ରାଜ୍ୟ ସରକାର ଜାରି କଲେ ନୂଆ ଗାଇଡ୍ ଲାଇନ୍‌

ଭୁବନେଶ୍ଵର : ବାହାଘରରେ ଶୋଭା ଯାତ୍ରା ବନ୍ଦ। ଶେଷକୃତ୍ୟ ବେଳେ ପାନ, ଗୁଟଖା ବ୍ୟାନ। ବାହାଘର ପାଇଁ ଥାନାରୁ ଆଣିବାକୁ ପଡିବ ଅନୁମତି। ସବୁ ଜିଲ୍ଲାରେ କଟକଣା କଡ଼ାକଡ଼ି କରିବାକୁ ଏସ୍‌ଆରସିଙ୍କ ଚିଠି। ଶେଷ କୃତ୍ୟ ଉପରେ ବଢ଼ିଲା କଟକଣା। ମୃତକଙ୍କ ଥାନା ଅଞ୍ଚଳରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ବାହାଘରରେ ଶୋଭାଯାତ୍ରା ପାଇଁ ମିଳିବନି ଅନୁମତି।।
ବାହାଘର କାର୍ଯ୍ୟକ୍ରମରେ ୫୦ ଅଧିକ ଲୋକ ସାମିଲ ହୋଇ ପାରିବେ ନାହିଁ। ଏ ନେଇ ରାଜ୍ୟ ସରକାର ନୂଆ ଗାଇଡ଼୍‌ ଲାଇନ୍‌ ଜାରି କରିଛନ୍ତି। ରାଜ୍ୟ ସରକାର ଜାରି କରିଥିବା ନିୟମ ଉଲ୍ଲଙ୍ଘନ କଲେ ଉ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ