ସାଳନ୍ଦୀ ନଦୀରୁ ବେଆଇନି ବାଲି ଉଠାଣ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ସାଳନ୍ଦୀ ନଦୀର ସୋସୋ ଗାଁ ନିକଟରୁ ବେ ଆଇନ ଭାବେ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି । ରାଜସ୍ୱ ବିଭାଗର କିଛି କର୍ମଚାରୀଙ୍କୁ ହାତ ବାରିସି କରି କିଛି ବାଲି ମାଫିଆ ନିୟମିତ ବାଲି ଚାଲାଣ କରୁଛନ୍ତି । ଏପରିକି ନିକଟସ୍ଥ ଏକ ପଡିଆରେ ଟ୍ରିପ ଟ୍ରିପ ବାଲି ଗଚ୍ଛିତ ରଖି ବାହାରକୁ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ତହସିଲ, ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟରେ ଅଭିଯୋଗ କରୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ପୁଲିସ ମଧ୍ୟ ସେମାନଙ୍କୁ ସହଯୋଗ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ