ହିନ୍ଦୀ ଭାଷାକୁ ପ୍ରଶଂସା କଲେ ମନୋଜ

ମୁମ୍ବାଇ: ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ହିନ୍ଦୀ ଦିବସକୁ ନେଇ କହିଛନ୍ତି ଏହି ଭାଷା ତାଙ୍କ ପାଇଁ ସବୁଠାରୁ ବଡ ଶକ୍ତି । କାରଣ ସେ ଦୀର୍ଘ ୨୫ ବର୍ଷ ହେବ ବଲିଉଡ୍ ଦୁନିଆରେ କାମ କରୁଛନ୍ତି କେବଳ ହିନ୍ଦୀ ପାଇଁ । ରଙ୍ଗମଞ୍ଚରୁ କ୍ୟାରିୟର ଆରମ୍ଭ କରିଥିବା ମନୋଜ କୁହନ୍ତି ଏବେ ମୁଁ ହିନ୍ଦୀ ପଢି ଲେଖି ପାରୁଛି । ତା’ମାନେ ନୁହେଁ ଏହା ମୋର ଦୁର୍ବଳତା, ବରଂ ଏହା ମୋର ଶକ୍ତି ବୋଲି ସେ କହିଛନ୍ତି । ତାଙ୍କ ମାତୃଭାଷା ଭୋଜପୁରୀ ହୋଇଥିବା ବେଳେ ଏବେ ମନୋଜଙ୍କର କିନ୍ତୁ ହିନ୍ଦୀ ଭାଷା ଉପରେ ଭଲ ଜ୍ଞାନ ରହିଛି । ସେ କୁହନ୍ତି, ଏବେ ମୋ ଝିଅ ହିନ୍ଦୀ କହିପାରୁନାହିଁ । କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଛି ସେ କେମିତି ହିନ୍ଦୀ କହୁ । ସେଥିପାଇଁ ସେ ସବୁବେଳେ ଝିଅ ସହ ହିନ୍ଦୀରେ କଥା ହୁଅନ୍ତି ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ