ଓଡ଼ିଆ ସମାଜ ଆବୁଧାବି ତରଫରୁ ଉତ୍କଳ ଦିବସ ପାଳନ
ଯାଜପୁର (ସନ୍ଦୀପ୍ତ ରାୟ) :-ଆବୁଧାବି, ଓଡ଼ିଆ ସମାଜ ଆବୁଧାବି (ଓସା) ତରଫରୁ ପ୍ରବଳଆନନ୍ଦ, ଉଲ୍ଲାସ ଓ ଉତ୍କଣ୍ଠା ମଧ୍ୟରେ ଉତ୍କଳ ଦିବସ ପାଳନ କରାଯାଇଛି । ଉତ୍କର୍ଷ- ୨୦୨୨ଶୀର୍ଷକ ଓସା’ର ଏହି ବାର୍ଷିକ ଉତ୍ସବ ସୁବୀସ୍ତିର୍ଣ୍ଣ ଆରବ ସାଗରର ସମ୍ମୁଖସ୍ଥ ସୁନ୍ଦର, ସୁରମ୍ୟ ଓ ସୁଶୋଭିତ ଆବୁଧାବି ଥିଏଟ ର୍ଠାରେ ଅନୁଷ୍ଠିତ ହୋଇଥିଲା ।ଏହି ଦୀର୍ଘ ପ୍ରତିକ୍ଷିତ ଓ ବହୁଚର୍ଚ୍ଚିତ ମହାସମାରୋହକୁ କେନ୍ଦ୍ରକରି ସମଗ୍ରଥିଏଟର୍ପରିସର ଉତ୍ସବମୁଖର ହୋଇ ଉଠିବା ସହିତ ଏକକ୍ଷୁଦ୍ର ଓଡ଼ିଶାର ଅନୁପମ ରୂପ ଧାରଣ କରିଥିଲା ।ବିଶେଷ କରି କୋଭିଡ୍ଅବରୋଧ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ବାସ୍ତବ ଢଙ୍ଗରେ ପ୍ରେକ୍ଷାଳୟରେ ଉତ୍କଳ ଦିବସ ପାଳନ କରାଯାଉଥିବା ଯୋଗୁଁ ‘ଓସା’ରସଦସ୍ୟ, ପରିବାର ବର୍ଗ, ପରିଜନ ଓ ଶୁୁଭେଚ୍ଛୁ ମାନଙ୍କ ମଧ୍ୟରେ ଅଦମ୍ୟ, ଅନନ୍ୟ ଓ ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନାର ଉତ୍ସ୍ୱାସ ଦେଖିବାକୁ ମିଳିଥିଲା । ଉତ୍ସବରେ ନିମନ୍ତ୍ରିତ ଅତିଥି ଭାବ ରେ ପ୍ରମୁଖ ପ୍ରବାସୀ ଭାରତୀୟ, ୟୁଏଇସ୍ଥିତ ଭାରତୀୟ ଦୂତାବାସର କାର୍ଯ୍ୟକର୍ତ୍ତା ଓ ବିଭିନ୍ନ ରାଷ୍ଟ୍ରର କୂଟନୀତିଜ୍ଞମାନେ ଯୋଗଦେଇ ଥିବା ପରିଲକ୍ଷିତ ହୋଇଥିଲା ।ଆମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ କରାଯିବା ପରେ ସଭାକାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।ପ୍ରାରମ୍ଭରେ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଆ ସମାଜ ଆବୁଧାବିର ସଭାପତି ପ୍ରଦୀପ ରଥ କୋଭିଡ୍କାଳରେ ‘ଓସା’ରସାମାଜିକ, ଦାତବ୍ୟ ଓ ଜନହିତକର କାର୍ଯ୍ୟାବଳୀର ସୂଚନା ଦେଇଥିଲେ ।କରୋନାର ଦୁର୍ବି ସହ ପ୍ରଥମ ଲହରୀ ପର୍ଯ୍ୟାୟରେ ଆବୁଧାବି ଠାରେ ଅଟକି ରହିଥିବା ପ୍ରାୟ ୨୦୦୦ରୁ ଅଧିକ ଓଡ଼ିଆଙ୍କୁ୧୪ଟି ଚାର୍ଟାଡ ବିମାନରେ ନିରାପଦ ଭାବେ ଓଡ଼ିଶାକୁ ପଠାଇବା ନେଇ ‘ଓସା’ ର ସଦସ୍ୟମାନଙ୍କ ର ଜୋର୍ଦାର ଯୋଗଦାନ କୁ ଶ୍ରୀରଥ ଭୂରି ଭୂରି ପ୍ରଶଂସା କରିଥିଲେ । ସଭାକୁ ସମ୍ବୋଧନ କରି ମୁଖ୍ୟ ଅତିଥି ଭାରତୀୟ ଦୂତାବାସର ଦ୍ୱିତୀୟ ସଚିବ ରିଶା ଓ ବରାଇୟୁଏଇରେ ଅବସ୍ଥାପିତ ଭାରତୀୟ ସମ୍ପ୍ରଦାୟକୁ ସଶକ୍ତ କରିବାରେ ‘ଓସା’ର ଅବଦାନ ବେଶ୍ଉ ଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ । ବରେଣ୍ୟ ଅତିଥି ଚିତ୍ରତାରକାକୁ ନାତ୍ରିପାଠୀ ଆବୁଧାବି ରେ ଓଡ଼ିଆମାନଙ୍କୁଏକଜୁଟ୍କରିବାରେ ‘ଓସା’ର ଭୂମିକା ପ୍ରଶଂସନୀୟ ବୋଲି କହିଥିଲେ ।ସମ୍ମାନିତ ଅତିଥି ୱାର୍ଲଡ୍ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ବ୍ରାଣ୍ଡ୍ଓଡ଼ିଶାକୁ ୟୁଏଇରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବାରେ ‘ଓସା’ର ଉଦ୍ୟମ ବନ୍ଦନୀୟ ବୋଲି ସୂଚାଇଥିଲେ । ସ୍ୱତନ୍ତ୍ର ଅତିଥି ରାରିୟନ ଗ୍ରୁପ୍ର ଅଧ୍ୟକ୍ଷ ବ୍ରଜକିଶୋର ମିଶ୍ରଙ୍କର ପ୍ରତି ନିଧି ଟେରାସ୍କମ୍ପାନୀର ସିଇଓ ଅନୀଲ ସାହୁ ଆବୁଧାବି ଠାରେ ପ୍ରବାସୀ ଓଡ଼ିଆ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଶୈଳୀ କୁ ସକ୍ରିୟ କରିବାରେ ‘ଓସା’ର ଅବଦାନ ବେଶ୍ପ୍ରପ୍ରଶଂସନୀୟ ବୋଲି ଦର୍ଶାଇ ଥିଲେ । ଉତ୍ସବରେ ଯୋଗ ଦେଇଥିବା ସେଖ୍ମ ହମ୍ମଦ ବିନ୍ସୁଲ୍ତାନବିନ୍ହମ୍ଦାନ, ଅଲ୍ନିହାୟାନଙ୍କର ପ୍ରତିନିଧି ଚାର୍ଜଡିଆଫେୟାର୍ସ ଡକ୍ଟର ତଲାଲ୍ଆ ଲ୍ବେଲୋସି, ‘ଓସା’ର ଉପଦେଷ୍ଟା ଡକ୍ଟର ହିମାଂଶୁ ଦାସ, ଅଶୋକ ପଣ୍ଡାଏବଂ ଅନ୍ୟତମ ଅତିଥି ମୁଲ୍କ୍ରାଜଙ୍କୁ ଭବ୍ୟସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ‘ଓସା’ ଦ୍ୱାରା ପ୍ରକାଶିତ ସ୍ମରଣିକା ‘ପ୍ରବାସୀ ଉତ୍କର୍ଷ’ କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହାକୁ ସତ୍ୟବ୍ରତ ପାତ୍ର ଓ ଅରୁଣୀମା ମିଶ୍ର ସମ୍ପାଦନା କରିଛନ୍ତି ।ସଭା ଶେଷରେ ଡକ୍ଟର ହିମାଂଶୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍କଳ ଦିବସ ଉପଲକ୍ଷେ ଆୟୋଜିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଲିଉଡ୍ ପ୍ରଖ୍ୟାତ କଳାକାର କୁନା ତ୍ରିପାଠୀ, ଅଭିିଜିତ୍ମ ଜୁମ୍ଦାର ଏବଂ ଅନୁରାଧା ପାଣିଗ୍ରାହୀ ପ୍ରମୁଖ ସେମାନଙ୍କର କଳାଚାତୁର୍ଯ୍ୟ ପ୍ରଦର୍ଶନ କରି ଦର୍ଶକମାନଙ୍କର ଢେର ମନୋରଞ୍ଜନ କରିଥିଲେ । ଯନ୍ତ୍ର ସଂଗୀତରେ ସୌମ୍ୟଜିତ ପରିଡ଼ା, ଜ୍ୟୋତିରଞ୍ଜନ ମହାଳିକ ଏବଂ ଦୁଷ୍ମନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ । ବିଶେଷ ଆକର୍ଷଣ ମଧ୍ୟରେ ‘ଓସା’ର ସଦସ୍ୟ ଓ ସଦସ୍ୟାମାନଙ୍କ ଦ୍ୱାରା କରୋନା ର କରାଳ କାହାଣୀ ଆଧାରରେ ପରିବେଶିତ ନାଟକ ରହିଥିଲା ।ବହ୍ନିପ୍ରଭା ରଥଙ୍କ ଦ୍ୱାରା ପରିକଳ୍ପିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ସୌଗତନାୟକ, କମଲପଣ୍ଡା, ସୁକର୍ଣ୍ଣ ବେହେରା ଏବଂ ସାଥିମାନେ ଖୁବ୍ସୁନ୍ଦର ଓସାବଲିଳ ଢଙ୍ଗରେ ଉପସ୍ଥାପନା କରିଥିଲେ । ଏହା ସହିତ ‘ଓସା’ଟିମ ତରଫରୁ ବାପି ଲହିରୀ ଓ ଲତାମଙ୍ଗେସକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ପରିବେଶିତ ସଂଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କ ଦ୍ୱାରା ବେଶ୍ଆଦୃତ ହୋଇଥିଲା । ସ୍ୱାତି ଦାସ ଏବଂ ଶୁୁଭ୍ରା ସାମଲଙ୍କ ତତ୍ତ୍ୱାବଧାନରେ ମଞ୍ଚସ୍ଥ ଫ୍ୟାଶନ ଶୋ’ ମଧ୍ୟ ଖୁବ୍ଆକର୍ଷକ ଥିଲା । ସାଂସ୍କୃତିକ ଅଧିବେଶନ କୁ ଖୁବ ଦକ୍ଷତାର ସହିତ ଅଙ୍କିତା ମହାନ୍ତି ପରିଚାଳନା କରିଥିଲେ । ତାଙ୍କୁ ‘ଓସା’ର ସାଂସ୍କୃତିକ ସମ୍ପାଦକ ପ୍ରତୀକ ଦାଶ ଓ ସହସମ୍ପାଦକ ସନ୍ତୋଷ ତ୍ରିପାଠୀ ସହଯୋଗ କରିଥିଲେ ।ମୁଖ୍ୟ ସଭାକୁ ଅରୁଣୀମା ମିଶ୍ର ସଞ୍ଚାଳନା କରିଥିଲେ । ସମଗ୍ର ଉତ୍ସବକୁ ଆୟୋଜନ କରିବାରେ ‘ଓସା’ରତୁଙ୍ଗ ନେତୃବୃନ୍ଦ ପ୍ରଦୀପରଥ, ସିଦ୍ଧାର୍ଥଦାସ, କମଲପଣ୍ଡା, ଦିଲ୍ଲୀପନାୟକ, ସନ୍ତୋଷତ୍ରିପାଠୀ, ସୁଧାଂଶୁପାତ୍ର, ରବିନାରାୟଣ ଦାଶ, ସୁକର୍ଣ୍ଣ ବେହେରା, କାର୍ତ୍ତିକ ସିଂହ, ସୁଶାନ୍ତ ମହାପାତ୍ର, ସୁଶାନ୍ତ ଚୌଧୁରୀ, ଅବଦୁର୍ରାଉଫ୍ଓ ଜ୍ୟୋତିରଞ୍ଜନ ଦାଶ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପ୍ରିୟଦର୍ଶୀ ପାଣିଗ୍ରାହୀ, ବୈଦ୍ୟନାଥ ଜେନା ଓ କିଶୋର କୁମାର ଦାଶ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।


